Top Stories

Search here...

News

ଗବେଷକ ଚାଞ୍ଚଲ୍ୟକର ତଥ୍ୟ; ଡେଲଟା ଠାରୁ ୭୦ ଗୁଣା ସଂକ୍ରାମକ ଓମିକ୍ରନ ଭୂତାଣୁ

Posted On - 8 minutes ago
Edited By Prabir Kumar
LAST UPDATED Dec 16, 2021 08:06 PM

ୟୁନିଭର୍ସିଟି ଅଫ୍ ହଂକଂର ତଥ୍ୟ ଅନୁଯାୟୀ ଓମିକ୍ରନ ପ୍ରଜାତି ଡେଲଟା ଭୂତାଣୁ ତୁଳନାରେ ପ୍ରାୟ ୭୦ ଗୁଣ ଅଧିକ ବେଗରେ ବ୍ୟାପିପାରେ ।

 

BBSR Reporters


ହଂକଂ: ହଂକଂ ୟୁନିଭର୍ସିଟି ଗବେଷକ ଦେଲେ ଚାଂଚଲ୍ୟକର ତଥ୍ୟ । ଡେଲଟା ଠାରୁ ୭୦ ଗୁଣା ସଂକ୍ରାମକ ଓମିକ୍ରନ ଭୂତାଣୁ । ହେଲେ ଡେଲଟା ଠାରୁ ୧୦ଗୁଣା କମ କ୍ଷତିକାରକ ହେବ ଓମିକ୍ରନ ଭୂତାଣୁ । ଦକ୍ଷିଣ ଆଫ୍ରିକା ବୈଜ୍ଞାନିକଙ୍କ ତଥ୍ୟ ଆଧାରରେ ହଙ୍ଗକଙ୍ଗ ୟୁନିଭର୍ସିଟି ଏହି ରିପୋର୍ଟ ଦେଇଛି । କରୋନାର ଡେଲଟା ଭାରିଏଂଟ ଠାରୁ ଓମିକ୍ରନ ଭାରିଏଂଟ ଅଧିକ ସଂକ୍ରମକ ବୋଲି ଜଣାପଡିଥିଲା । ତେବେ ଓମିକ୍ରନ କେତେ ଅଧିକ ସଂକ୍ରମାକ, ଏହାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ମତ ପ୍ରକାଶ ପାଉଛି ।

 

ଏବେ ଯେଉଁ ନୂଆ ତଥ୍ୟ ସାମ୍ନାକୁ ଆସିଛି, ତାହା ଅନୁସାରେ ଓମିକ୍ରନ ୭୦ ଗୁଣ ଅଧିକ ବେଗରେ ସଂକ୍ରମିତ କରିପାରେ । ୟୁନିଭର୍ସିଟି ଅଫ୍ ହଂକଂର ତଥ୍ୟ ଅନୁଯାୟୀ ଓମିକ୍ରନ ପ୍ରଜାତି ଡେଲଟା ଭୂତାଣୁ ତୁଳନାରେ ପ୍ରାୟ ୭୦ ଗୁଣ ଅଧିକ ବେଗରେ ବ୍ୟାପିପାରେ । ଦକ୍ଷିଣ ଆଫ୍ରିକାରେ ସଂକ୍ରମଣ ବ୍ୟାପିବା ନେଇ ଅନୁଧ୍ୟାନ ପରେ ଏହି ତଥ୍ୟ ମିଳିଛି । ତେବେ ଏହି ରିପୋର୍ଟରୁ କିଛି ଆଶ୍ୱସ୍ତିକର ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି ।

 

ଯଦିଓ ଓମିକ୍ରନ ଅତି ଦ୍ରୁତ ଗତିରେ ବ୍ୟାପେ, ତେବେ ଏହା କମ୍ କ୍ଷତି କରିଥାଏ । ଏପରିକି ଡେଲଟା ତୁଳନାରେ ଏହା ୧୦ ଗୁଣା କମ କ୍ଷତି ପହଂଚାଇବ ବୋଲି ଆକଳନ କରାଯାଇଛି । ଡେଲଟା ଭୂତାଣୁ ଯେପରି ଭାବେ ଆକ୍ରାନ୍ତଙ୍କ ଫସଫୁସକୁ ପ୍ରଭାବିତ କରେ, ଓମିକ୍ରନ ସେଭଳି ପ୍ରଭାବିତ କରେ ନାହିଁ । ଏହାସହ ଏହି ନୂଆ ଭୂତାଣୁରେ ଆକ୍ରାନ୍ତ ହେବା ପରେ ଜଣେ ସଂକ୍ରମିତଙ୍କ ପାଖରେ ଖୁବ୍ କମ୍ କିମ୍ବା ମଧ୍ୟମ ଧରଣର ଲକ୍ଷଣ ପ୍ରକାଶ ପାଏ ଓ ସେ ଗୁରୁତର ହୋଇ ନଥାନ୍ତି । ଏଯାଏଁ ପ୍ରାୟ ୭୭ ଦେଶରେ ଓମିକ୍ରନ ବ୍ୟାପିସାରିଲାଣି ।
 

Related News
satta king tw