Top Stories

Search here...

News

ଟିକା କରୋନାର ନୂଆ ଭ୍ୟାରିଆଂଟ ଓମିକ୍ରନରୁ ସୁରକ୍ଷା ଦେବ: ଡାକ୍ତର ବିଜୟ ପାଣିଗ୍ରାହୀ 

Posted On - 6 minutes ago
Edited By Team BbsrReporters
LAST UPDATED Dec 14, 2021 04:33 PM

ଯେଉଁମାନେ ଟିକା ଆଦୌ ନେଇ ନାହାନ୍ତି ସେମାନେ ସମସ୍ତେ ଯଥାଶୀଘ୍ର ଟିକା ନିଅନ୍ତୁ । ଟିକା ଶହେ ପ୍ରତିଶତ ନ ହେଲେ ବି କ୍ରସ ପ୍ରୋଟେକ୍ସନ ଦେବ ବୋଲି କହିଛନ୍ତି ଡାକ୍ତର ବିଜୟ ପାଣିଗ୍ରାହୀ।

 

BBSR Reporters

 

ଭୁବନେଶ୍ୱର: କରୋନାର ନୂଆ ଭ୍ୟାରିଆଂଟ ଓମିକ୍ରନ ତା’ର କାୟାବିସ୍ତାର କରି ଚାଲିଛି । ତେବେ ଟିକା ଓମିକ୍ରନରୁ ସୁରକ୍ଷା ଦେବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିଦେ୍ର୍ଧଶକ ଡାକ୍ତର ବିଜୟ ପାଣିଗ୍ରାହୀ  । ସେ କହିଛନ୍ତି, ଯେଉଁମାନେ ଟିକା ଆଦୌ ନେଇ ନାହାନ୍ତି ସେମାନେ ସମସ୍ତେ ଯଥାଶୀଘ୍ର ଟିକା ନିଅନ୍ତୁ । ଟିକା ଶହେ ପ୍ରତିଶତ ନ ହେଲେ ବି କ୍ରସ ପ୍ରୋଟେକ୍ସନ ଦେବ । ଟିକା ନେଲେ ଗୁରୁତର ହେବା, ହସପିଟାଲାଇଜ୍ ହେବା ଏବଂ ମୃତ୍ୟୁମୁଖରେ ପଡ଼ିବାର ଆଶଙ୍କା କମ୍ ରହିଛି ।

 

ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି, ଲୋକଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କରିବାକୁ ପ୍ରତି ଗାଁରେ ଥିବା ସାମାଜିକ କର୍ମୀଙ୍କୁ କୁହାଯାଇଛି । ଅନ୍ୟ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ସହ ସଂକ୍ରମଣ ବଢୁଛି । ତେଣୁ ଯଥାଶୀଘ୍ର ଟିକା ନେବାକୁ ପଡ଼ିବ । ସମସ୍ତ ଜିଲ୍ଲାରେ ଟାସ୍କ ଫୋର୍ସ ଅଛି । କେଉଁ ବ୍ଲକରେ ଲୋକେ ଟିକା ନେଇ ନାହାନ୍ତି, ସେମାନେ ତାର ଅନୁଧ୍ୟାନ କରୁଛନ୍ତି । 

 


ସିଡିଏମଓ ମାନଙ୍କୁ ମଧ୍ୟ ଗାଁ ଗୁଡ଼ିକରେ ଟିକା ନେଇ ନଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଯଦି କୌଣସି ଗାଁରେ କିଛି ଲୋକ ଟିକା ନେଇ ନାହାନ୍ତି, ତା’ହେଲେ ସେମାନେ ସଂକ୍ରମିତ ହେବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ସଂକ୍ରମିତ କରିବେ ବୋଲି ଡାକ୍ତର ପାଣିଗ୍ରାହୀ କହିଛନ୍ତି ।

 

ସେ କହିଛନ୍ତି, ରାଜ୍ୟରେ ୪କୋଟି ୬୨ ଲକ୍ଷ ଡୋଜ୍ ଟିକା ଦିଆ ସାରିଲାଣି । ତେବେ ୮୭.୪ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ନେଇଛନ୍ତି । ପ୍ରାୟ ୪୦ଲକ୍ଷ ଲୋକ ଆଦୌ ଟିକା ନେଇନାହାନ୍ତି । ସେମାନଙ୍କୁ ଟିକା ନେବାକୁ ଅନୁରୋଧ କରିଛନ୍ତି ଡାକ୍ତର ବିଜୟ ପାଣିଗ୍ରାହୀ ।
 

Related News
satta king tw