Top Stories

Search here...

News

ସ୍ୱାସ୍ଥ୍ୟ ସେବା ନପାଇ ଅପପୃଷ୍ଟିରେ ପିଡ଼ୀତ ଶିଶୁଙ୍କୁ ଧରି ରାତିରେ ୧୦ କିମି ଚାଲିଲେ ବାପା 

Posted On - 4 minutes ago
Edited By Team BbsrReporters
LAST UPDATED Dec 07, 2021 08:25 PM

ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଅସହାୟ ୨ ଶିଶୁଙ୍କ ପାଖରେ ପହଞ୍ଚି  ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ନିଦେ୍ର୍ଧଶ ଦେଇଛନ୍ତି ।

 

BBSR Reporters

 


ଯାଜପୁର: ସ୍ୱାସ୍ଥ୍ୟସେବା ନପାଇ ଅପପୁଷ୍ଟିରେ ପୀଡିତ ୨ ଶିଶୁଙ୍କୁ ଧରି ଅସହାୟ ବାପା ୧୦ କିଲୋମିଟର ଚାଲିବା ଘଟଣାରେ ପ୍ରଶାସନିକ ତପôରତା ପ୍ରକାଶ ପାଇଛି । ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଅସହାୟ ୨ ଶିଶୁଙ୍କ ପାଖରେ ପହଞ୍ଚି  ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ନିଦେ୍ର୍ଧଶ ଦେଇଛନ୍ତି ।

 


ମା ଛେଉଣ୍ଡ ଶିଶୁଙ୍କ ସଂପର୍କରେ ଖବର ପ୍ରକାଶ ପରେ ସେମାନଙ୍କୁ ପୁଷ୍ଟିସାଧନ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରୁ କଟକ ବଡ ମେଡିକାଲ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଶିଶୁଙ୍କ ଅବସ୍ଥା ଓ ବାପାଙ୍କ ଅସହାୟତାକୁ କେହି ନବୁଝି ଫେରାଇ ଦେଇଥିବା ଜଣାପଡିଛି । ଶେଷରେ ଦୁଇ ଶିଶୁଙ୍କୁ ଧରି ବହୁ କଷ୍ଟରେ ଯାଜପୁର ରୋଡରେ ପହଂଚି ସେଠାରୁ ରାତି ଅଧରେ ୧୦ କିଲୋମିଟର ଚାଲିଚାଲି ଘରକୁ ଫେରିଥିଲେ ଅସହାୟ ବାପା ବାବୁଲି ତିରିଆ । 

 

ଏହି ଖବର ପୁଣି ସାମ୍ନାକୁ ଆସିବା ପରେ ଦାନଗଦି ସିଡିପିଓଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ । ତୁରନ୍ତ ସେମାନଙ୍କୁ ପୃଷ୍ଠପୋଷକ ଯୋଜନାରେ ସାମିଲ କରିବାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ସେହିପରି ଦୁଇ ଶିଶୁଙ୍କୁ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଚିକିତ୍ସା ସେବା ଯୋଗାଇ ଦେବାକୁ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ବି ନିଦେ୍ର୍ଧଶ ଦେଇଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆେ
 

Related News
satta king tw