Top Stories

Search here...

News

ଓମିକ୍ରନ କେତେ ମାରାତ୍ମକ ?

Posted On - 1 month ago
Edited By Prabir Kumar
LAST UPDATED Jan 18, 2022 06:37 PM

ଗୋଟିଏ ଦିନରେ ଦକ୍ଷିଣ ଆଫ୍ରିକାର ନୂଆ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ବଢ଼ି ଯାଇଛି ।

 

BBSR Reporters

 

ନୂଆଦିଲ୍ଲୀ: ଓମିକ୍ରନ କେତେ ମାରାତ୍ମକ ହେବ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ଆସିନଥିଲେ ମଧ୍ୟ ଦକ୍ଷିଣଆଫି୍ରକାରୁ ଯେଉଁ ଚିତ୍ର ଆସିବାରେ ଲାଗିଛି ତାହା ଭୟ ବଢ଼ାଇ ଦେଇଛି । ଗୋଟିଏ ଦିନରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ବଢ଼ି ଯାଇଛି । ମଙ୍ଗଳବାର ୪ ହଜାର ୩୭୩ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବୁଧବାର ୮ ହଜାର ୫୬୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନଭେମ୍ବର ୧ରେ ଦକ୍ଷିଣଆଫି୍ରକାରେ ୨୪ଘଂଟାରେ ମାତ୍ର ୧୦୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । 

 

ଓମିକ୍ରମ ଡେଲଟା ଠାରୁ ୫ ଗୁଣା ଅଧିକ ସଂକ୍ରମକ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଭାରତର କର୍ଣ୍ଣାଟକରେ ଦୁଇ ଜଣ ଓମିକ୍ରନ ଭାଇରସରେ ସଂକ୍ରମିତ ଥିବା ଚିନ୍ତା ବଢିଯାଇଛି । ଉକ୍ତ ଦୁଇ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । 

 

ଡେଲଟା ଭ୍ୟାରିଆଂଟ ଯେତେବେଳେ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିଲା, ସେତେବେଳେ ଜୁଲାଇ ୩ରେ ଦକ୍ଷିଣ ଆଫି୍ରକାରେ ଗୋଟିଏ ଦିନରେ ସର୍ବାଧିକ ୨୬ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତାପରେ ଏହା ଧିରେ ଧିରେ କମି ଚାଲିଥିଲା । କିନ୍ତୁ ଏବେ ହଠାତ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଯିବା ଚିନ୍ତା ବଢ଼ିଯାଇଛି । ଓମିକ୍ରନ ପ୍ରଜାତି ଯୋଗୁଁ ସଂକ୍ରମଣ ବୃଦ୍ଧି ପାଉଛି କି ନାହିଁ ଜଣାପଡି ନଥିଲେ ବି ଲୋକ ଗହଳି ନକରିବାକୁ ସରକାର ନିଦେ୍ର୍ଧଶ ଦେଇଛନ୍ତି ।

Related News
satta king tw