Top Stories

Search here...

News

ଦେଶର କୋଭିଡ ସ୍ଥିତି ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଜି କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Posted On - 5 days ago
Edited By Team BbsrReporters
LAST UPDATED Jan 19, 2022 02:57 AM

ଚଳିତ ବର୍ଷ ପ୍ରଥମ ଥର ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ ସ୍ଥିତି ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।

 

BBSR Reporters

 

ଭୁବନେଶ୍ୱର: ଦେଶର କୋଭିଡ ସ୍ଥିତି ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଜି କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  । ଦିନ ୪ଟା ୩୦ରୁ  ଭିଡିଓ କନଫରେନ୍ସିଂରେ ଏହି ବୈଠକ ଆରମ୍ଭ ହେଇସାରିଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ ସ୍ଥିତି ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ସଂକ୍ରମଣ ବୃଦ୍ଧିକୁ ଆଖିରେ ରଖି ଦେଶର ବିଭିନ୍ନ ରାଜ୍ୟରେ କଟକଣା ଜାରି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଆଜିର ସମୀକ୍ଷା ବୈଠକ ବେଶ ଗୁରୁତ୍ୱ ରଖୁଛି ।

 

ଏହା ପୂର୍ବରୁ ଜାନୁଆରୀ ୯ରେ ମଧ୍ୟ ଦେଶର ସଂକ୍ରମଣ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ । ଏହି ବୈଠକରେ ଟିକାକରଣ ବଢ଼ାଇବା ସହ ସ୍ୱସ୍ଥ୍ୟ ଭିତିଭୂମିକୁ ପ୍ରସ୍ତୁତ ରଖିବା ପାଇଁ ମୋଦି ସବୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ । ଏପଟେ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି ଲେଖି ଅତି କମ୍ରେ ୪୮ ଘଂଟା ପାଇଁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ମହଜୁଦ ରଖିବା ପାଇଁ କହିଛନ୍ତି  । ଏହା ସହ ରୋଗୀଙ୍କ ତୁରନ୍ତ ଚିକିତ୍ସା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି ।

Related News
satta king tw