Top Stories

Search here...

News

ଭୁବନେଶ୍ୱର ଏମ୍ସ ହସପିଟାଲରେ  ୧୫୬  କର୍ମଚାରୀ କରୋନା ସଂକ୍ରମିତ

Posted On - 4 days ago
Edited By Team BbsrReporters
LAST UPDATED Jan 19, 2022 07:16 AM

ରାଜ୍ୟରେ ସଂକ୍ରମଣ ବଢୁଥିବାବେଳେ ଭୁବନେଶ୍ୱର ଓ କଟକ ସମେତ  ସମ୍ବଲପୁର ଭିମସାରରେ ହସପିଟାଲଗୁଡିକରେ କର୍ମଚାରୀ ଅଭାବ ଦେଖାଦେଇଛି ।

 

BBSR Reporters

 

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ବଢୁଥିବାବେଳେ ଭୁବନେଶ୍ୱର ଓ କଟକ ସମେତ  ସମ୍ବଲପୁର ଭିମସାରରେ ହସପିଟାଲଗୁଡିକରେ କର୍ମଚାରୀ ଅଭାବ ଦେଖାଦେଇଛି ।  ଭୁବନେଶ୍ୱର ଅନ୍ୟତମ ପ୍ରମୁଖ ହସପିଟାଲ ଏମ୍ସରେ  ୧୫୬  କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ସେହିଭଳି  ରାଜ୍ୟର ସବୁଠାରୁ ବଡ ମେଡିକାଲ ଶ୍ରୀରାମଚନ୍ଦ୍ର ଭଞ୍ଜ  ମେଡିକାଲ କଲେଜରେ ୪୦ କର୍ମଚାରୀ କରୋନା ପଜିଟିଭ ହୋଇଛନ୍ତି ।  ଏମାନଙ୍କ ମଧ୍ୟରେ  କିଛି ନର୍ସିଂ ଛାତ୍ରୀ ବି ଅଛନ୍ତି ।  ଏମ୍ସରେ ନ୍ସନ୍ତା ସୋମବାର ଠାରୁ ଓପିଡ଼ି ସେବା ବନ୍ଦ ହୋିପାରେ । କରୋନା ସ୍ଥିତିକୁ ନଜରରେ ରଖି ଆଜି କରାଯିବ ବୈଠକ । ଏନେଇ କିଛି ନିସ୍ପତି ନିଆଯିବା ନେଇ ସୂଚନା ମିଳିଛି  ।

 

କେବଳ ଅପରେସନ୍ ଓ ଜରୁରୀକାଳିନ ରୋଗୀଙ୍କୁ ଚିକତ୍ସା କରାଯିବ । ଅନଲାଇନରେ ରୋଗୀ ମାନେ ଡ଼ାକ୍ତରଙ୍କ ସହ ଆଲୋଚନା କରିପାରିବେ । ଭିଡ଼ିଓ କଲ ଓ ହ୍ୱାଟସଆପ୍ରେ ଡ଼ାକ୍ତରଙ୍କ ପରାମର୍ଶ ନେଇପାରିବେ ରୋଗୀ । ଟେଲିମେଡିସନ ସେବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।  କଟକ ଏସସିବି ମେଡିକାଲକୁ  ପ୍ରତ୍ୟେକ ଦିନ  ହଜାର ହଜାର ଲୋକ  ଚିକିତ୍ସା ପାଇଁ ଆସିଥାନ୍ତି ।  କିଛି ଦିନ ତଳେ  ୨୮ ନର୍ସିଂ ଛାତ୍ର  ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ଅନେକ ଷ୍ଟାଫ ସଙ୍ଗରୋଧରେ ଚାଲିଯାଇଛନ୍ତି ।  ସମ୍ବଲପୁରର ଭିମସାରରେ ବି କିଛି ଦିନ ତଳେ ୨୦ ଡାକ୍ତର କରୋନା ପଜିଟିଭ ହୋଇଛନ୍ତି ।  ଅନେକ ପାରାମେଡିକାଲ  ଷ୍ଟାଫ ବି କରୋନା ସଂକ୍ରମିତ ହୋଇଛନ୍ତି ।  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ଅଧିକାଂଶ ହସପିଟାଲରେ  ବି ଅସ୍ତ୍ରୋପଚାରକୁ ବନ୍ଦ  କରାଯାଇଛି । ଓପିଡି ପଞ୍ଜିକରଣକୁ ବି କାଂଟଛାଂଟ କରାଯାଇଛି । ଏଭଳି ସ୍ଥିତି ଲାଗିରହିଲେ ଆଗକୁ  ସ୍ୱାସ୍ଥ୍ୟସେବା ପ୍ରଭାବିତ ହେବା ଆଶଙ୍କା କରାଯାଉଛି ।

Related News
satta king tw