Top Stories

Search here...

News

ଆଜିଠୁ ଭୁବନେଶ୍ୱରସ୍ଥିତ ଏମ୍ସ ଓପିଡି ବନ୍ଦ, ୩୦୦ରୁ ଅଧିକ କର୍ମଚାରୀ ପଜିଟିଭ

Posted On - 4 months ago
Edited By Team BbsrReporters
LAST UPDATED May 25, 2022 10:50 AM

ଓପିଡି ବନ୍ଦ ନେଇ ଭୁବନେଶ୍ୱର ଏମ୍ସ୍ ପକ୍ଷରୁ ୨ ଦିନ ପୂର୍ବେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଓପିଡି ବନ୍ଦ ହେଲେ ମଧ୍ୟ କିଛି ଜରୁରିକାଳୀନ ସେବା ଚାଲୁ ରହିବ ବୋଲି କହିଛନ୍ତି କର୍ତ୍ତୃପକ୍ଷ।

 

 

BBSR Reporters

 

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରସ୍ଥିତ ଏମ୍ସ ଓପିଡି ବନ୍ଦ l  ୩ ଶହରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଡାକ୍ତର, ନର୍ସ ଓ ପାରା ମେଡିକାଲ ଷ୍ଟାଫ୍। ଜାନୁଆରୀ ୧ରୁ ଆଜି ପର୍ଯ୍ୟନ୍ତ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ନେଇ ଏମ୍ସ ସୂତ୍ରରୁ ସୂଚନା ମିଳିଛି। ଓପିଡି ବନ୍ଦ ନେଇ ଭୁବନେଶ୍ୱର ଏମ୍ସ୍ ପକ୍ଷରୁ ୨ ଦିନ ପୂର୍ବେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଓପିଡି ବନ୍ଦ ହେଲେ ମଧ୍ୟ କିଛି ଜରୁରିକାଳୀନ ସେବା ଚାଲୁ ରହିବ ବୋଲି କହିଛନ୍ତି କର୍ତ୍ତୃପକ୍ଷ।

 

ସୂଚନା ଅନୁସାରେ ୭୦ରୁ ଅଧିକ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬୦ ନର୍ସିଂ କର୍ମଚାରୀ ଓ ୯୦ରୁ ଅଧିକ ଅନ୍ୟ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ୨୦ ଜଣ ଛାତ୍ରଛାତ୍ରୀ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୪୮୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୯୮୨ ଜଣ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨,୯୩୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Related News
satta king tw