Top Stories

Search here...

News

ଆଖି ଚିକିତ୍ସା କରି ୨୦ ଜଣ ଅନ୍ଧ  

Posted On - 23 hours ago
Edited By Team BbsrReporters
LAST UPDATED Dec 02, 2021 11:25 AM

ଆଖି ଅପରେସନ କଲାପରେ ୨୦ ଜଣ ବ୍ୟକ୍ତି ତାଙ୍କର ଦୃଷ୍ଟି ଶକ୍ତି ହରାଇ ଦେଇଛନ୍ତି ।ବର୍ତମାନ କିଏ ଗୋଟିଏ ଆଖିରେ ଦୁନିଆଁ ଦେଖୁଛି ତ ଆଉ କାହାର ଆଖିକୁ କିଛି ଦେଖା ଯାଉନାହିଁ । ବର୍ତମାନ ଘଟଣା ସ୍ଥଳରେ ସ୍ୱାସ୍ଥ୍ୟ ବିଭାଗ ପହଂଚି ତଦନ୍ତ ଆରମ୍ଭ କରିଛି ।

 

 

BBSR Reporters

 

ବିହାର: ବିହାର ମୁଜାଫରନଗର ଜିଲ୍ଲାରୁ ଏଭଳି ଏକ ଘଟାଣା ସାମ୍ନାକୁ ଆସିଛି ଯାହା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଆଶା ଥିଲା କମ ଦେଖା ଯାଉଥିବା ଆଖିର ଯଦି ଅପରେସନ କରାଯାଏ ତେବେ ସ୍ପଷ୍ଟ ଦେଖାଯିବ । କିନ୍ତୁ କିଏ ଜାଣିଥିଲା ଯେ ଅପରେସନ କଲାପରେ ସେହି କମ ଦେଖାଯାଉଥିବା ଆଖି ମଧ୍ୟ ଆଉ ଦେଖାଯିବ ନାହିଁ । ଆଖି ଅପରେସନ କଲାପରେ ୨୦ ଜଣ ବ୍ୟକ୍ତି ତାଙ୍କର ଦୃଷ୍ଟି ଶକ୍ତି ହରାଇ ଦେଇଛନ୍ତି ।ବର୍ତମାନ କିଏ ଗୋଟିଏ ଆଖିରେ ଦୁନିଆଁ ଦେଖୁଛି ତ ଆଉ କାହାର ଆଖିକୁ କିଛି ଦେଖା ଯାଉନାହିଁ । ବର୍ତମାନ ଘଟଣା ସ୍ଥଳରେ ସ୍ୱାସ୍ଥ୍ୟ ବିଭାଗ ପହଂଚି ତଦନ୍ତ ଆରମ୍ଭ କରିଛି ।

 

 

ସୁଚନା ଅନୁସାରେ ମୁଜଫରନଗର ନଗର ଆଖି ଚିକିତ୍ସା ଡାକ୍ତରଖାନାକୁ ୨୦ ଜଣ ବ୍ୟକ୍ତି ଆଖି ଚିକିସ୍ତା ପାଇଁ ଆସିଥିଲେ ।  ଏବଂ ଏଠାରେ ଆସି ଡାକ୍ତରଙ୍କ ପରାମର୍ଶ କ୍ରମେ ଅପରେସନ କରିଥିଲେ । ଏବଂ ଏହାର କିଛି ସମୟ ପରେ ଆଖିକୁ କିଛି ଦେଖା ଯାଉ ନଥିଲା । ଯହାକୁ ନେଇ ଡାକ୍ତର କହିଲେ କିଛି ସମୟ ପରେ ଠିକ ହୋଇଯିବ । କିନ୍ତୁ ଠିକ କଣ ହେବ ଅବସ୍ଥା ଆଗକୁ ବିଗିଡିବାରେ ଲାଗିଲା । ୨୦ ଜଣଁଙ୍କ ମଧ୍ୟରୁ କାହାର ଗୋଟିଏ ଆଖି ଦେଖାଯାଉଛି ତ ଆଉ କାହାର ଆଖିକୁ ବିଲକୁଲ ଦେଖାଯାଉନାହିଁ ।  ଡାକ୍ତରଖାନା କତ୍‌ୁର୍ପକ୍ଷଙ୍କ ଖାମଖିିଆଲି ଚିକ୍‌ିତ୍ସା ୨୦ ଜଣଙ୍କ ଦୁନିଆଁ ଅନ୍ଧାର କରିଥିବା ଅଭିଯୋଗ ହୋଇଛି । ସେହିପରି ଜାଣିଶୁଣି ଏଭଳି କରି ଆଖି ଗୁଡିକୁ ବାହାରେ ବୁକ୍ରି କରୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ମାମଲାରେ ଯାଂଚ ହେବା ସହିତ ଦୋଷି ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ।

Related News
satta king tw