Top Stories

Search here...

News

ଓମିକ୍ରନକୁ ନେଇ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର

Posted On - 1 month ago
Edited By Team BbsrReporters
LAST UPDATED Jan 17, 2022 07:44 PM

ଏଣିକି ବିଦେଶରୁ ଫେରୁଥିବା ବ୍ୟକ୍ତି ବିମାନବନ୍ଦରରେ ୭୨ ଘଂଟା ପୂର୍ବର ଆରଟି-ପିସିଆର ରିପୋର୍ଟ ଦେବାକୁ ପଡିବ ।

 

 

BBSR Reporters

 

 

ନୂଆଦିଲ୍ଲୀ: କରୋନା ଭୂତାଣୁର ନୂଆ ପ୍ରଜାତି ଓମିକ୍ରନକୁ ନେଇ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର ।  ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ନିୟମ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏଣିକି ବିଦେଶରୁ ଫେରୁଥିବା ବ୍ୟକ୍ତି ବିମାନବନ୍ଦରରେ ୭୨ ଘଂଟା ପୂର୍ବର ଆରଟି-ପିସିଆର ରିପୋର୍ଟ ଦେବାକୁ ପଡିବ ।

 

 

ଏହାସହ ଏକ ସ୍ୱ ଘୋଷଣା ପତ୍ର ମଧ୍ୟ ଦେବାକୁପଡିବା ସେହିପରି ଏ ପର୍ଯନ୍ତ ବ୍ୟାପି ସାରିଥିବା ଦେଶମାନଙ୍କ ମଧ୍ୟରୁ ଭାରତ ଆସିଲେ ବିମାନ ବନ୍ଦରରେ ଆର-ଟିପିସିଆର ଟେଷ୍ଟ ପାଇଁ ନମୁନା ଦେବାକୁ ପଡିବ ।  ଓମିକ୍ରନ ର ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦେଶରୁ ଭାରତ ଫେରୁୁଥିବା ଯାତ୍ରୀଙ୍କ ମଧ୍ୟରେ ଲକ୍ଷଣ ନ ଥିଲେ ମଧ୍ୟ ସାତ ଦିନିଆ ସଂଘରୋଧ ରହିବାକୁ ପଡିବ । ଏହାପରେ ପୁଣି ଟେଷ୍ଟ କରାଯିବ ବୋଲି ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜରିଆରେ ସର୍ତାବଳୀ ଜାରି କରାଯାଇଛି । ଏ ସବୁ ନିୟମ ର ଖିଲାପ କଲେ ଯାତ୍ରୀମାନେ ଭାରତକୁ ପ୍ରବେଶ କରିପାରିବେ ନାହିଁ ବୋଲି ମାର୍ଗ ଦର୍ଶିକାରେ ଉଲ୍ଲେଖ ରହିଛି ।

Related News
satta king tw