Top Stories

Search here...

News

୬ଟି ଦେଶକୁ ବ୍ୟାପିଲାଣି ଓମିକ୍ରନ

Posted On - 1 month ago
Edited By Team BbsrReporters
LAST UPDATED Jan 10, 2022 04:50 AM

ସେହି ଦେଶକୁଡ଼ିକ ହେଲା ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ବେଲଜିୟମ, ବୋସ୍ତୱାନା, କାନାଡ଼ା, ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ହଂକଂ, ଇସ୍ରାଏଲ, ନେଦରଲାଣ୍ଡ, ପର୍ତୁଗାଲେ, ସ୍କଟଲାଣ୍ଡ,ସ୍ୱିଜରଲାଣ୍ଡ, ଚେକ୍ ଗଣରାଜ୍ୟ ଏବଂ ବ୍ରିଟେନ୍ ।

 

 

BBSR Reporters

 

 

ନୂଆଦିଲ୍ଲୀ: କରୋନା ଭୂତାଣୁର ବିପଜ୍ଜନକ ପ୍ରଜାତି ଓମିକ୍ରନକୁ ରୋକିବା ପାଇଁ ସାରା ବିଶ୍ୱ ତତ୍ପରତା ପ୍ରକାଶ କରିଥିଲେ ମଧ୍ୟ  ଏହା ଗୋଟିଏ ଦେଶରୁ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି । ଏବେ ସୁଦ୍ଧା ୧୬ଟି ଦେଶକୁ ବ୍ୟାପିଲାଣି ଓମିକ୍ରଣ । ସେହି ଦେଶକୁଡ଼ିକ ହେଲା ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ବେଲଜିୟମ, ବୋସ୍ତୱାନା, କାନାଡ଼ା, ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ହଂକଂ, ଇସ୍ରାଏଲ, ନେଦରଲାଣ୍ଡ, ପର୍ତୁଗାଲେ, ସ୍କଟଲାଣ୍ଡ,ସ୍ୱିଜରଲାଣ୍ଡ, ଚେକ୍ ଗଣରାଜ୍ୟ ଏବଂ ବ୍ରିଟେନ୍ ।

 

ଓମିକ୍ରନ ବ୍ୟାପିବାରୁ ବିଭିନ୍ନ ରାଷ୍ଟ୍ର ଯାତାୟତ ଉପରେ କଟକଣା ଲଗାଇଛନ୍ତି । ଅନ୍ୟପକ୍ଷରେ କରୋନାର ଏହି ନୂଆ ପ୍ରଜାତି ଓମିକ୍ରନକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଜି ବିଶ୍ୱକୁ ସତର୍କ କରାଇଛି । ଓମିକ୍ରନ ସମଗ୍ର ବିଶ୍ୱ ପାଇଁ ଅତ୍ୟନ୍ତ ବିପଜ୍ଜନକ ।ଏହା ଖୁବ୍ କ୍ଷୀପ୍ର ଗତିରେ ବ୍ୟାପୁଛି । ଏହା ଦ୍ୱାରା ଅତି ଗୁରୁତର ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ହୁ କହିଛି । ଏନେଇ ଆଜି ସମସ୍ତ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ।

Related News
satta king tw