Top Stories

Search here...

News

ଓମିକ୍ରନକୁ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ସତର୍କ ସୂଚନା

Posted On - 1 month ago
Edited By Team BbsrReporters
LAST UPDATED Jan 17, 2022 06:04 AM

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟଗୁଡିକୁ ଚିଠି ଲେଖି ବିଦେଶ ଫେରନ୍ତାଙ୍କ ପାଇଁ ତୀକ୍ଷ୍‌ଣ ଦୃଷ୍ଟି ରଖିବାକୁ କହିଛନ୍ତି ।

 

 

BBSR Reporters

 

 

ନୂଆଦିଲ୍ଲୀ: ଭୟ ବଢ଼ାଉଛି ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ଓମିକ୍ରନ ଭ୍ୟାରିଆଂଟ । ଏପରିକି କରୋନାର ତୃତୀୟ ଲହରର ଆଶଙ୍କାକୁ ବଢ଼ାଇ ଦେଇଛି କୋଭିଡର ଏହି ନୂଆ ପ୍ରଜାତି । ପରିସ୍ଥିତିର ମୁକାବିଲା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଓମିକ୍ରନକୁ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ସତର୍କ କରାଯାଇଛନ୍ତି କେନ୍ଦ୍ର ସରକାର ।

 

 

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟଗୁଡିକୁ ଚିଠି ଲେଖି ବିଦେଶ ଫେରନ୍ତାଙ୍କ ପାଇଁ ତୀକ୍ଷ୍‌ଣ ଦୃଷ୍ଟି ରଖିବାକୁ କହିଛନ୍ତି । ପ୍ରଭାବିତ ଦେଶରୁ ଫେରିଥିବା ଯାତ୍ରୀଙ୍କ କରୋନା ପରୀକ୍ଷା କରାଇବା ଓ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଲେ ଜେନୋମ୍ ସିକ୍ୟୁଏନ୍‌ସିଂ କରିବାକୁ କୁହାଯାଇଛି । ସେହିପରି ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କର କରୋନା ପରୀକ୍ଷା କରିବାକୁ କୁହାଯାଇଛି । ଯେଉଁଠି ସଂକ୍ରମଣ ବଢ଼ୁଛି, ସେଠାରେ କଂଟେନମେଂଟ ଜୋନ୍ ଘୋଷଣା କରିବାକୁ କୁହାଯାଇଛି । ହଟସ୍ପଟ୍ ଅଂଚଳ ଚିହ୍ନଟ କରିବା ସହ ଟେଷ୍ଟିଂ, ଟ୍ରେସିଂ କୁ ବଢ଼ାଇକୁ କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

 

 

କରୋନା ନିୟମକୁ କଡ଼ାକଡ଼ି କରିବାକୁ କୁହାଯାଇଛି । ଟିକାକରଣକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି । ସେହିପରି ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ସେବା ସ୍ୱାଭାବିକ କରିବାକୁ ପୂର୍ବରୁ ଘୋଷଣା କରାଯାଇଥିଲେ । ତେବେ ଏହି ନିଷ୍ପତି ଉପରେ ସରକାର ପୁଣିଥରେ ବିଚାର କରିବେ ବୋଲି ଜଣାପଡିଛି । ଏପଟେ ରାଜ୍ୟ ସରକାର ମଧ୍ୟ ସଜାଗ ରହିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।  

Related News
satta king tw