Top Stories

Search here...

News

କରୋନାର ନୂଆ ଭାରିଆଂଟ  ଅମିକ୍ରନ; ବିଦେଶ ଫେରନ୍ତାଙ୍କ ଉପରେ ନଜର

Posted On - 19 hours ago
Edited By Team BbsrReporters
LAST UPDATED Nov 28, 2021 03:26 PM

ଯେଉଁମାନଙ୍କ ରିପୋର୍ଟ ପଜିଟିଭି ଆସିବ ସେମାନଙ୍କ ନମୁନା ଜେମନ ସିକ୍ୟୁଏନ୍ସ ପାଇଁ ଆଲଏଲଏସକୁ ପଠାଯିବ ।

 

BBSR Reporters

 


ନୂଆଦିଲ୍ଲୀ: ଏପଟେ କରୋନାର ନୂଆ ଭାରିଆଂଟ  ଅମିକ୍ରନ ସାମ୍ନାକୁ ଆସିବା ପରେ ସତର୍କ ହୋଇଛନ୍ତି ସରକାର । ନୂଆ ଭାଂରିଆଟ ଯେଉଁ ଦେଶରେ ବିପଦ ସୃଷ୍ଟି କରିଛି, ସେହି ଦେଶରୁ ଯାତ୍ରୀ ଆସିଲେ ସେମାନଙ୍କ କୋଭିଡ ଟେଷ୍ଟ ହେବ । ଯେଉଁମାନଙ୍କ ରିପୋର୍ଟ ପଜିଟିଭି ଆସିବ ସେମାନଙ୍କ ନମୁନା ଜେମନ ସିକ୍ୟୁଏନ୍ସ ପାଇଁ ଆଲଏଲଏସକୁ ପଠାଯିବ । ସ୍ୱାସ୍ଥ୍ୟ ନିଦେ୍ର୍ଧଶକ କହିଛନ୍ତି, ବିଦେଶ ଫେରନ୍ତାଙ୍କ ଉପରେ ନଜର ରହିବ । ଯେଉଁମାନେ ବିଦେଶରୁ ଫେରିବେ ସେମାନ ୧୦ ଦିନ ସଙ୍ଗରୋଧରେ ରହିବେ ।

 

 

 ଏଥିପାଇଁ ଖୁବଶୀଘ୍ର ନୂଆ ଆଡଭାଇଜରି  ଜାରି କରିବେ ସରକାର ।  ଏ ନେଇ ସମସ୍ତ ଜିଲ୍ଲାପାଳ ଓ ସିଡିଏମଓ ଓ ମୁନିସିପାଲଟି କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି ।  ସ୍କୁଲ କଲେଜ ଓ ହଷ୍ଟେଲ ଉପରେ କଡା ନଜର ରଖିବାକୁ ନିଦେ୍ର୍ଧଶ ଦିଆଯାଇଛି । କୋଭିଡ ମାର୍ଗଦର୍ଶିକା ମାନି  ଏଠାରେ  ସ୍ୱତନ୍ତ୍ର ସଂଗରୋଧ କେନ୍ଦ୍ର କରିବାକୁ କୁହାଯାଇଛି । ଯେଉଁ ଛାତ୍ରଛାତ୍ରୀଙ୍କ ଲକ୍ଷଣ ରହିଛି  ସେମାନଙ୍କୁ ସ୍କୁଲ ନ ଆସିବାକୁ କୁହାଯାଇଛି ।    ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଂଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ନିଦେ୍ର୍ଧଶ ଦିଆଯାଇଛି ।

 


କରୋନାର ନୂଆ ଭାରିଏଣ୍ଟ ଯୋଗୁ ଏବେ ଦକ୍ଷିଣ ଆଫି୍ରିକା ସମେତ କେତକ ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହି ଭ୍ୟାରିଏଣ୍ଟ ସୁବୁଠୁ ଘାତକ କୁହାଯାଉଥିବା ଡେଲ୍ଟା ଭ୍ୟାରିଏଣ୍ଟ ଠାରୁ ବି ଅଧିକ ମାରାତ୍ମକ ବୋଲି କୁହାଯାଇଛି । ଏପରି ସ୍ଥଳେ ଅମିକ୍ରନ ବ୍ୟାପିଥିବା ଦେଶ ଗୁଡିକ ଉପରେ ବହୁ ଦେଶ କଟକଣା ଜାରି କରିଛନ୍ତି । ଯେହେତୁ ଏହା ନୂଆ ଭ୍ୟାରିଏଣ୍ଟ ତାହା ବିଷୟରେ ଅଧିକ କିଛି ଜଣାପଡିନାହିଁ ।

Related News
satta king tw