Top Stories

Search here...

News

ନୂଆ ଭ୍ୟାରିଆଂଟ ଚିହ୍ନଟ ହେବା ପରେ ବାତିଲ ହେଲା  ୨୦୨୧ ଜୁନିୟର ମହିଳା ହକି ବିଶ୍ୱକପ

Posted On - 19 hours ago
Edited By Team BbsrReporters
LAST UPDATED Nov 28, 2021 05:03 AM

ଦକ୍ଷିଣ ଆଫ୍ରିକାରେ ଆସନ୍ତା ଡିସେମ୍ବର ୫ ତାରିଖରେ ଏହି ବିଶ୍ୱକପ୍ ଆୟୋଜନ ହୋଇଥାନ୍ତା ।

 

 

BBSR Reporters

 

 

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାରେ ନୂଆ ଭ୍ୟାରିଆଂଟ ଚିହ୍ନଟ ହେବା ପରେ ବାତିଲ ହେଲା  ୨୦୨୧ ଜୁନିୟର ମହିଳା ହକି ବିଶ୍ୱକପ । ଦକ୍ଷିଣ ଆଫ୍ରିକାରେ ଆସନ୍ତା ଡିସେମ୍ବର ୫ ତାରିଖରେ ଏହି ବିଶ୍ୱକପ୍ ଆୟୋଜନ ହୋଇଥାନ୍ତା । ତେବେ କୋଭିଡର ନୂଆ ପ୍ରଜାତି ଠାବ ହେବା ପରେ ଜୁନିୟର ମହିଳା ହକି ବିଶ୍ୱକପକୁ ବାତିଲ କରିବା ପାଇଁ ନିଷ୍ପତି ନେଇଛି ଏଫ୍‌ଆଇଏଚ୍ ।

 

 

ଏହା ସହ ଏଫ୍‌ଆଇଏଚ୍ ଇଭେଂଟରେ ସ୍ୱାସ୍ଥ୍ୟଗତ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ନିଷ୍ପତି ନିଆଯାଇଛି । କିଛି ଦେଶ କରୋନାର ନୂଆ ପ୍ରଜାତି ଚିହ୍ନଟ ହେବାପରେ ଦକ୍ଷଣ ଆଫ୍ରିକାକୁ ବିମାନସେବା ବନ୍ଦ କରିଦେଇଛନ୍ତି । ତେଣୁ ଏହି ଇଭେଂଟକୁ ଏପରି ପରିସ୍ଥିତିରେ ବଜାୟ  ରଖିବା ସମ୍ଭବ ନୁହେଁ ବୋଲି କହିଛି ଅନ୍ତର୍ଜାତୀୟ ହକି ସଂଘ । ତେବେ ଆଫ୍ରିକା ମାଟିରେ ଏହା ଥିଲା ପ୍ରଥମ ଜୁନିୟର ହକି ବିଶ୍ୱକପ ।

Related News
satta king tw