Top Stories
Search here...
News
ମହାରାଷ୍ଟ୍ରରେ ଦକ୍ଷିଣ ଆଫ୍ରିକା ଓ ସଂକ୍ରମିତ ଦେଶରୁ ଫେରିଥିବା ୬ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ
Posted On - 17 hours ago
କରୋନା ପଜିଟିଭ ଚିହ୍ନଟ ହେବା ପରେ ‘ଆଟ୍ ରିସ୍କ ବା ପ୍ରଭାବିତ’ ଦେଶରୁ ଆସୁଥିବା ଲୋକଙ୍କୁ ୭ ଦିନ କ୍ୱାରେଂଟାଇନ୍ରେ ରହିବାକୁ ପଡ଼ିବ ବୋଲି କଟକଣା ଜାରି କରିଛନ୍ତି ମହାରାଷ୍ଟ୍ର ସରକାର ।
BBSR Reporters
ମୁମ୍ବାଇ: ମହାରାଷ୍ଟ୍ରରେ ଦକ୍ଷିଣ ଆଫ୍ରିକା ଓ ସଂକ୍ରମିତ ଦେଶରୁ ଫେରିଥିବା ୬ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ କଟକଣା ଜାରି କରିଛନ୍ତି ମହାରାଷ୍ଟ୍ର ସରକାର । ‘ଆଟ୍ ରିସ୍କ ବା ପ୍ରଭାବିତ’ ଦେଶରୁ ଆସୁଥିବା ଲୋକଙ୍କୁ ୭ ଦିନ କ୍ୱାରେଂଟାଇନ୍ରେ ରହିବାକୁ ପଡ଼ିବ । ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀଙ୍କୁ ପ୍ରାଥମିକତା ଆଧାରରେ ବିମାନରୁ ବାହାର କରାଯିବ ।
ସେମାନଙ୍କ ଯାଂଚ ପାଇଁ ଏମ୍ଆଇଏଲ ଓ ଏୟାରପୋର୍ଟ ଅଥରିଟି ଦ୍ୱାରା ଅଲଗା କାଉଂଟରର ବ୍ୟବସ୍ଥା ହେବ । ସମସ୍ତ ଯାତ୍ରୀଙ୍କୁ ୭ ଦିନ କ୍ୱାରେଂଟାଇନ୍ରେ ରଖାଯିବା ସହ ଦ୍ୱିତୀୟ, ଚତୁର୍ଥ ଓ ସପ୍ତମ ଦିନରେ ଆରଟିପିସିଆର ଟେଷ୍ଟ କରାଯିବ । ଏହି ସମୟରେ ଯଦି କୌଣସି ଯାତ୍ରୀ ପଜିଟିଭ୍ ଚିହ୍ନଟ ହୁଅନ୍ତି, ସେମାନଙ୍କୁ ହସ୍ପିଟାଲରେ ଭର୍ତି କରାଯିବ । ମୁମ୍ବାଇ, କଲ୍ୟାଣ, ପୁନେରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କ ଉପରେ ସତର୍କ ନଜର ରଖାଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି । ପଜିଟିଭ ଚିହ୍ନଟ ୬ ଜଣଙ୍କ ନମୁନାକୁ ଜେନମ ସ୍ୱିକେନ୍ସ ପାଇଁ ପଠାଯାଇଛି ।