Top Stories

Search here...

News

ଲୋକମାନେ ଆତଙ୍କିତ ହୁଅନ୍ତୁ ନାହିଁ, ସତର୍କ ହୁଅନ୍ତୁ; ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର

Posted On - 1 month ago
Edited By Archana Aluk
LAST UPDATED Jan 16, 2022 07:37 PM

ଦକ୍ଷିଣ ଆଫ୍ରିକାରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ବଢ଼ିନାହିଁ । ଓମିକ୍ରନ ଆକ୍ରାନ୍ତ ମାନେ ହସ୍ପିଟାଲାଇଜେସନ, ଗୁରୁତର ହେବା ଜଣାପଡିନି । ତେଣୁ ଲୋକେ ଆତଙ୍କିତ ହୁଅନ୍ତୁ ନାହିଁ । ବରଂ ସତର୍କ ହୁଅନ୍ତୁ । ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି । 

 

 

BBSR Reporters

 

 

ଭୁବନେଶ୍ୱର: ଲୋକମାନେ ଆତଙ୍କିତ ହୁଅନ୍ତୁ ନାହିଁ, ସତର୍କ ହୁଅନ୍ତୁ । ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି । ବାଙ୍ଗାଲୋରରୁ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏମିତି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, କେନ୍ଦ୍ର ସରକାରଙ୍କ ପାଖରୁ ଅନ୍ୟ ଦେଶରୁ ଆସୁଥିବା ଲୋକଙ୍କ ସୂଚନା ମିଳୁଛି ।

 

 

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟକୁ ଆସିଥିବା ଏଭଳି ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ଲାଗି ଜିଲ୍ଲା ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ସ୍ତରରେ ସେମାନଙ୍କୁ ଟେଷ୍ଟ କରାଯିବ । ଯେଉଁମାନେ ବିଦେଶରୁ ଆସୁଛନ୍ତି, ବିମାନବନ୍ଦରରେ ସେମାନଙ୍କର ଟେଷ୍ଟ କରାଯାଉଛି । ଯେଉଁ ମାନଙ୍କର ନେଗେଟିଭ ରିପୋର୍ଟ ଆସୁଛି, ହୋମ କ୍ଵରେଣ୍ଟିନରେ ରହିବାକୁ କୁହାଯାଉଛି । 7 ଦିନ ପରେ ଅଷ୍ଟମ ଦିନରେ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କର ଭିତରୁ ଯାହାର ପଜିତିଭ ଆସିବ, ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯିବ । ଆକ୍ରାନ୍ତ ରାଷ୍ଟ୍ରରୁ ଆସିଥିବା 380 ଲୋକଙ୍କ ତଥ୍ୟ ସଂଗ୍ରହ ପାଇଁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ, ଏହି ଭରିଆଣ୍ଟର ସଂକ୍ରମଣ କ୍ଷମତା ଅଧିକ । କ୍ଷିପ୍ର ଗତିରେ ବ୍ୟାପୁଛି । 10 ଦିନ ଭିତରେ 29 ରାଷ୍ଟ୍ରକୁ ବ୍ୟାପି ଗଲାଣି । କିନ୍ତୁ ଗୁରୁତର କରିବାର କ୍ଷମତା କେତେ, ମୃତ୍ୟୁ ହାର କଣ, କୌଣସି ତଥ୍ୟ ନାହିଁ । ଦକ୍ଷିଣ ଆଫ୍ରିକାରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ବଢ଼ିନାହିଁ । ଓମିକ୍ରନ ଆକ୍ରାନ୍ତ ମାନେ ହସ୍ପିଟାଲାଇଜେସନ, ଗୁରୁତର ହେବା ଜଣାପଡିନି । ତେଣୁ ଲୋକେ ଆତଙ୍କିତ ହୁଅନ୍ତୁ ନାହିଁ । ବରଂ ସତର୍କ ହୁଅନ୍ତୁ । ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି । 

 


 ସେ କହିଛନ୍ତି, ଶିକ୍ଷାନୁଷ୍ଠାନ ଲାଗି ଗଣଶିକ୍ଷା ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ଗାଇଡ଼ ଲାଇନ ଦେଇଛନ୍ତି । ଆମେ ମଧ୍ୟ ଜିଲ୍ଲା ମାନଙ୍କୁ ଜଣାଇଛୁ । ସ୍କୁଲ ଗୁଡିକ କୋଭିଡ ଅନୁରୂପ ନିୟମ କେମିତି ମାନୁଛନ୍ତି, ତଦାରଖ କରିବାକୁ ନିର୍ଦ୍ଦେଶ ରହିଛି । ଯେଉଁ ଛାତ୍ରଛାତ୍ରୀଙ୍କ ଲକ୍ଷଣ ରହୁଛି, ସେମାନଙ୍କୁ ସ୍କୁଲ ନଆସିବାକୁ କୁହାଯାଇଛି । ଲକ୍ଷଣ ପ୍ରକାଶ ପାଇଲେ ଜଣାଇବାକୁ କୁହାଯାଇଛି । ଏମିତିକି ପ୍ରତି ସ୍କୁଲରେ ଗୋଟିଏ ଲେଖାଏଁ କ୍ଵରେଣ୍ଟିନ ରୁମ କରାଯାଇଛି । ଯାହାର ଲକ୍ଷଣ ପ୍ରକାଶ ପାଉଛି, ସେମାନଙ୍କୁ ଏହି କ୍ଵରେଣ୍ଟିନ ରୁମରେ ରଖାଯାଉଛି । 

Related News
satta king tw