Top Stories

Search here...

News

ଦେଶରେ ବ୍ୟାପୁଛି ଓମିକ୍ରନ; ଗୁଜରାଟରେ ପୁଣି ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ

Posted On - 1 month ago
Edited By Team BbsrReporters
LAST UPDATED Jan 15, 2022 12:57 PM

ଦୁଇ ଦିନ ତଳେ ଜିମ୍ବାୱେରୁ ଫେରିଥିବା ଏହି ବ୍ୟକ୍ତି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

 

BBSR Reporters

 

ଭୁବନେଶ୍ୱର: ଗୁଜରାଟରେ ପୁଣି ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୁଇ ଦିନ ତଳେ ଜିମ୍ବାୱେରୁ ଫେରିଥିବା ଏହି ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କର ଜିନୋମ ସିକ୍ୱେନ୍ସିଂ ପାଇଁ ନମୁନା ପଠାଯାଇଥିଲା । ଯେଉଁଥିରେ କରୋନାର ଏହି ନୂଆ ଭୂତାଣୁ ଥିବା ସ୍ପଷ୍ଟ ହୋଇଛି । ଜିମ୍ବାୱେରୁ ଏହି ବ୍ୟକ୍ତି ଜଣକ ଗୁଜରାଟ ଜାମନଗରକୁ ଫେରିଥିବା ସୂଚନା ମିଳିଛି । ବିମାନ ବନ୍ଦରରେ ତାଙ୍କର ଟେଷ୍ଟ କରାଯାଇଥିବା ବେଳେ ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ତାଙ୍କର ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ଏହା ପୂର୍ବରୁ କର୍ଣ୍ଣାଟକରୁ ୨ଜଣ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଥିଲେ ।  
 

Related News
satta king tw