Top Stories

Search here...

News

କରୋନା ଭୂତାଣୁର ଡେଲଟା ଓ ବିଟ୍ଟା ପ୍ରଜାତି ତୁଳନାରେ ୩ଗୁଣ ଅଧିକ ପୁନଃ ସଂକ୍ରାମକ ଓମିକ୍ରନ ପ୍ରଜାତି

Posted On - 1 month ago
Edited By Archana Aluk
LAST UPDATED Jan 11, 2022 10:25 AM

ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ନଭେମ୍ବର ୨୭ ପୂର୍ବରୁ କରୋନା ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରୁ ୩୫ ହଜାର ୬୭୦ ଜଣ ପୁଣି ସଂକ୍ରମିତ ହୋଇଛନ୍ତି ।

 

 

BBSR Reporters

 

ନୂଆଦିଲ୍ଲୀ: କରୋନା ଭୂତାଣୁର ଡେଲଟା ଓ ବିଟ୍ଟା ପ୍ରଜାତି ତୁଳନାରେ ୩ଗୁଣ ଅଧିକ ପୁନଃ ସଂକ୍ରାମକ ଓମିକ୍ରନ ପ୍ରଜାତି । ଦକ୍ଷିଣ ଆଫ୍ରିକାର ସ୍ୱାସ୍ଥ୍ୟ ବ୍ୟବସ୍ଥାର ସ୍ଥିତିକୁ ନେଇ ସଂଗ୍ରହ କରାଯାଇଥିବା ପ୍ରାଥମିକ ତଥ୍ୟକୁ ଆଧାର କରି ଦକ୍ଷିଣ ଆଫ୍ରିକା ବୈଜ୍ଞାନିକ ଏହି ଆକଳନ କରିଛନ୍ତି । ଦକ୍ଷିଣ ଆଫ୍ରିକା ବୈଜ୍ଞାନିକଙ୍କ ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଏମିତି ତଥ୍ୟ ସାମନାକୁ ଆସିଛି । ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ନଭେମ୍ବର ୨୭ ପୂର୍ବରୁ କରୋନା ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରୁ ୩୫ ହଜାର ୬୭୦ ଜଣ ପୁଣି ସଂକ୍ରମିତ ହୋଇଛନ୍ତି । ତେବେ ପୁନଃ ସଂକ୍ରମିତ ହୋଇଥିବା ସମସ୍ତେ ୯୦ ଦିନ ପୂର୍ବରୁ ପ୍ରଥମେ ସଂକ୍ରମିତ ହୋଇଥିଲେ ।

 

 

ଏମାନଙ୍କ ମଧ୍ୟରୁ ଅଧିକାଂଶ ଡେଲଟା ପ୍ରଜାତି ଦ୍ୱାରା ସଂକ୍ରମିତ ହୋଇଥିଲେ ।ତେବେ ଯେଉଁମାନେ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ ସେମାନଙ୍କ ନିକଟରେ ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧକ ଶକ୍ତି ନୂଆ ପ୍ରଜାତି ବିରୋଧରେ ଲଢ଼ିବାରେ ଅଳ୍ପ କିଛି ସକ୍ଷମ ହେଉଛି ।ଏବଂ ପୁନଃସଂକ୍ରମିତଙ୍କୁ ମଧ୍ୟରୁ କେତେ ଜଣ ଟିକା ନେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ତେଣୁ ଟିକା ଦ୍ୱାର ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧକ ଶକ୍ତିକୁ ଓମିକ୍ରନ ପ୍ରଜାତି ଭେଦ କରି ପାରୁଛି କି ନାହିଁ ତାହା ସ୍ପଷ୍ଟ ଭାବେ କହି ନାହାଁନ୍ତି । ଏହା ଉପରେ ଅଧିକ ଅଧ୍ୟୟନ ଜାରି ରହିଛି । ଏବଂ ଆଗାମି ଦିନରେ ଏହା ସ୍ପଷ୍ଟ ହେବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ତଣୁ ଓମିକ୍ରନ ଭ୍ୟାରିଆଂଟ ଟିକା ଦ୍ୱାରା ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧକ ଶକ୍ତିକୁ ଭେଦ କରି ଯାଉଛି ବୋଲି ଯାହା କୁହାଯାଉଛି ତାହା ମିଛ ପ୍ରଚାର ବୋଲି ବୈଜ୍ଞାନିକମାନେ କହିଛନ୍ତି ।ଟିକା ଏବେ ବି କରୋନା ମୁକାବିଲା କରିବାରେ ସକ୍ଷମ ବୋଲି କହିଛନ୍ତି ।  

Related News
satta king tw