Top Stories

Search here...

News

ରାଜ୍ୟରେ ଟପିଲା ସାଢେ ୪ କୋଟି ଟିକାକରଣ

Posted On - 7 minutes ago
Edited By Team BbsrReporters
LAST UPDATED Dec 09, 2021 06:25 PM

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ସ୍ୱାସ୍ଥକର୍ମୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l

 

 

BBSR Reporters

 

 

ଭୁବନେଶ୍ୱର: ରାଜ୍ୟରେ ଟପିଲା ସାଢେ ୪ କୋଟି ଟିକାକରଣ । ବୁଧବାର ସୁଦ୍ଧା ୪ କୋଟି ୫୨ ଲକ୍ଷ ୮୪ ହଜାର ୬୦୮ ଡୋଜ ଟିକା ଦିଆଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ସ୍ୱାସ୍ଥକର୍ମୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କରୋନା ବିରୋଧରେ ଚାଲିଥିବା ଲଢେଇରେ ଟିକାକରଣ ଏକ ପ୍ରମୁଖ ଅସ୍ତ୍ର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

 

 

ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଅତି କମ୍‌ରେ ଗୋଟିଏ ଡ଼ୋଜ୍ ଟିକା ଦିଆଯିବାକୁ ଲକ୍ଷ୍ୟ ରହିଛି । ରାଜ୍ୟ ପାଖରେ ୫୦ ଲକ୍ଷରୁ ଅଧିକ ଟିକା ମହଜୁଦ୍ ରହିଛି । ରାଜ୍ୟ ଏ ଦିଗରେ ଏକ ପ୍ରମୁଖ ମାଇଲଷ୍ଟୋନ୍ ହାସଲ କରିଛି । ୧୮ରୁ ୪୪ ବର୍ଗର ୮୧ ପ୍ରତିଶତ ଓ ୪୫ ବର୍ଷରୁ ଅଧିକ ୯୦ ପ୍ରତିଶତ ନିଜର ପ୍ରଥମ ଡ଼ୋଜ ଟିକା ନେଇସାରିଲେଣି । ଏହା ସହ ୩ଲକ୍ଷ ୮୧ ହଜାର ୫୫୧ ଗର୍ଭବତୀ ମହିଳାଙ୍କୁ ମଧ୍ୟ ଟିକା ଦିଆଯାଇଛି ।

Related News
satta king tw