Top Stories
Search here...
News
ଏହା ପରେ ଯେଉଁ ଭାଇରସ ଆସିବ ତାହା କରୋନା ଠୁ ସାଙ୍ଘାତିକ ହେବ
Posted On - 2 minutes ago
ପଢନ୍ତୁ କଣ କହିଛନ୍ତି ବ୍ରିଟେନରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାର ନିର୍ମାତା ସାରା ଗିଲବର୍ଟ ।
BBSR Reporters
ନୂଆଦିଲ୍ଲୀ: କରୋନା ମହାମାରୀର କରାଳ ରୂପ ସାରା ଦୁନିଆ ଦେଖିଲା । ଏବେ ଏହାପରେ ଯଦି କୌଣସି ଭାଇରସ ପୃଥିବୀକୁ ଆସେ ତାହେଲେ ଏହା କରୋନାଠୁ ସାଂଘାତିକ ହେବ । ଯାହାକି ଅଧିକ ପ୍ରାଣଘାତୀ ହେବ । ବ୍ରିଟେନରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାର ନିର୍ମାତା ସାରା ଗିଲବର୍ଟ ଏହା କହିଛନ୍ତି । ତେଣୁ କରୋନା ମହାମାରୀ ମୁକାବିଲାରେ ଯେଉଁ ଶିକ୍ଷା ମିଳିଛି ତାକୁ ଆଗାମୀ ଦିନରେ ସତର୍କ ରହିବା ଦରକାର ବୋଲି ବୈଜ୍ଞାନିକ ଜଣଙ୍କ କହିଛନ୍ତି ।
ଗିଲବର୍ଟ କହିଛନ୍ତି କରୋନା ମୁକାବିଲା କରିବାରେ ଆମର ତ୍ରୁଟି ରହିଛି । ଧନୀ ଦେଶ ଗୁଡିକ ବୁଷ୍ଟର ଡୋଜ ପାଇଁ ଚିନ୍ତା କରୁଛନ୍ତି । ହେଲେ ଗରିବ ଦେଶରେ ଏବେ ବି ଟିକାକରଣ ଗୋଟିଏ ବଡ ଆକାରରେ ହୋଇନାହିଁ । ଗିଲବର୍ଟ କରୋନାର ନୂଆ ଭ୍ୟାରିଆଂଟ ଓମିକ୍ରନ ବାବଦରେ କହିଛନ୍ତି, ଏହା ଅଧିକ ସଂକ୍ରାମକ । କିନ୍ତୁ କେତେ ଘାତକ ତାହା ଏଯାବତ ଜଣାପଡିନି । ଏଥିପାଇଁ ୨-୩ ସପ୍ତାହ ଅପେକ୍ଷା କରିବାକୁ ହେବ ।
ସେହିପରି ସାର୍ସ-କୋଭ-୨ ଜନିତ ମହାମାରୀର ପରିଚାଳନା କରୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ମୁକାବିଲା ପାଇଁ ସ୍ଥାୟୀ ପାଣ୍ଠିର ଆବଶ୍ୟକତା ରହିଛି ବୋଲି କହିଛି । ୫୯ ବର୍ଷୀୟ ଗିଲଗିଟ୍ ଦୀର୍ଘ ୧୦ ବର୍ଷ ହେବ ଟିକା ଉପରେ ଗବେଷଣା କରୁଛନ୍ତି ।