Top Stories

Search here...

News

ରାଜ୍ୟରେ ମାସ୍କ, ସାନିଟାଇଜର, ଗ୍ଲୋବ୍ସ, ପିପିଇ କିଟ୍ ପାଇଁ ଖର୍ଚ୍ଚ ହୋଇଛି ୧୩ କୋଟି ୯୦ ଲକ୍ଷ ଟଙ୍କା

Posted On - 36 minutes ago
Edited By Team BbsrReporters
LAST UPDATED Dec 07, 2021 09:58 PM

ହେଲେ କେତେ ଟଙ୍କାରେ ଏନ୍-୯୫ ମାସ୍କ କିଣା ଯାଇଛି ତାହାର ତଥ୍ୟ ଦେଇନାହାନ୍ତି ସରକାର ।

 

BBSR Reporters


ଭୁବନେଶ୍ୱର: କରୋନା ସମୟରେ ମାସ୍କ, ସାନିଟାଇଜର, ଗ୍ଲୋବ୍ସ ଓ ପିପିଇ କିଟ୍ ବାବଦରେ ୧୩ କୋଟି ୮୫ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ଏ ନେଇ ବିଧାନସଭାରେ ପ୍ରଶ୍ନ ପଚାରିଥିଲେ ବିଧାୟକ କୁସୁମ ଟେଟେ । ଲିଖିତ ଉତରରେ ଖର୍ଚ୍ଚର ହିସାବ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ।

 

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, କରୋନା ମୁକାବିଲା ପାଇଁ ମାସ୍କ, ସାନିଟାଇଜର, ଗ୍ଲୋବ୍ସ, ଭେଂଟିଲେଟର, ପିପିଇ କିଟ୍ ଆଦି ସ୍ୱଚ୍ଛ ଓ ପ୍ରତିଯୋଗିତାମୂଳକ ଉପାୟରେ କ୍ରୟ କରି ରାଜ୍ୟରେ ଥିବା ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡିକୁ ଯୋଗାଇ ଦିଆଯାଇଛି । ହେଲେ କେତେ ଟଙ୍କାରେ ଏନ୍-୯୫ ମାସ୍କ କିଣା ଯାଇଛି ତାହାର ତଥ୍ୟ ଦେଇନାହାନ୍ତି ସରକାର ।

 

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୫ କୋଟି ୮୯ ଲକ୍ଷ ଟଙ୍କାରେ ପିପିଇ କିଟ୍, ୧୧ ଲକ୍ଷ ୪୬ ହଜାର ୨୮୫ ଏନ୍-ମାସ୍କ, - ସାନିଟାଇଜର ପାଇଁ ୧ କୋଟି ୨୮ ଲକ୍ଷ ୧୯ ହଜାର ୬୭୩ ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି  ତ୍ରିସ୍ତରୀୟ ମାସ୍କ ପାଇଁ ୧ କୋଟି ୯୫ ଲକ୍ଷ ୭୦ ହଜାର ୬୫ ଟଙ୍କା ଖର୍ଚ୍ଚ ହୋଇଛି  । ଗ୍ଲୋଭସ ପାଇଁ ୧ କୋଟି ୫୭ ଲକ୍ଷ ୪୬ ହଜାର ୧୨୯ ଟଙ୍କା ଖର୍ଚ୍ଚ ହୋଇଛି  । ୮୨ ଲକ୍ଷ ୪୫ ହଜାର ୮୭୦ ଅପରେସନ୍ ଗ୍ଲୋଭସ୍ କିଣାଯାଇଛି ଏବଂ ଏଥିପାଇଁ ୧ କୋଟି ୧୨ ଲକ୍ଷ ୧୯ ହଜାର ୩୭୭ ଟଙ୍କା ଖର୍ଚ୍ଚ ହୋଇଛି ।


 

Related News
satta king tw