Top Stories

Search here...

News

ସ୍କୁଲ ଅପେକ୍ଷା ହଷ୍ଟେଲରେ ଅଧିକ ପଜିଟିଭ୍ ଆସୁଛି:ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର

Posted On - 7 minutes ago
Edited By Prabir Kumar
LAST UPDATED Dec 10, 2021 01:56 PM

ଏବେ ସୁଦ୍ଧା ଏଏସପିରେ ୧୨୮୬ ଜଣ ପଞ୍ଜିକରଣ କରିଛନ୍ତି  । ବିଦେଶ ଫେରନ୍ତାଙ୍କ ମଧ୍ୟରୁ ଗଞ୍ଜାମ, କଟକ, ଭୁବନେଶ୍ୱର ଓ ଅନୁଗୁଳରୁ ସର୍ବାଧିକ ବ୍ୟକ୍ତି ଅଛନ୍ତି  ସେ କହିଛନ୍ତି ।


BBSR Reporters

 

ଭୁବନେଶ୍ୱର: ସ୍କୁଲ ଅପେକ୍ଷା ହଷ୍ଟେଲରେ ପଜିଟିଭ ରିପୋର୍ଟ ଅଧିକ ରହିଛି । କିଛି ଟିଚର ଓ ଷ୍ଟାଫ ପଜିଟିଭ ଚିÿହ୍ନଟ ହୋଇଛନ୍ତି  । ତାର ରିପୋର୍ଟ ଆମ ପାଖରେ ଅଛି, ସଚେତନତା କାର୍ଯ୍ୟକ୍ରମ ଚାଲିଛିଫ ଗାଇଡଲାଇନ ମଧ୍ୟ ଦିଆଯାଇଛି  । ସ୍କୁଲରୁ ଯେଉଁ ପଜିଟିଭ ରିପୋର୍ଟ ଆସିଛି ସବୁ ଲକ୍ଷଣବିହୀନ  । ସେମାନଙ୍କୁ ଡାକ୍ତରଖାନା ଯିବାକୁ ଦରକାର ପଡୁନାହିଁ କି ଆଡ଼ମିସନ ହେବାକୁ ପଡୁନାହିଁ  । ଏଥିପପାଇଞ  ଆତଙ୍କିତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି  ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର । 


ଶିକ୍ଷକ ଓ କର୍ମଚାରୀ ଭାକସିନେସନ ହୋଇଛନ୍ତି  । ଯେଉଁମାନେ ଟୀକା ନେଇ ନାହାନ୍ତି ସେମାନଙ୍କୁ ଟିକା ଦେବାକୁ  ନିର୍ଦେଶ ଦିଆଯାଇଛି  । ଶିକ୍ଷା ବିଭାଗ ଏସଓପି କଡାକଡି ପାଳନ କରିବାକୁ କୁହାଯାଇଛି  । ଏହାସହ କଲେଜରେ ଅଠର ବର୍ଷରୁ ଉର୍ଦ୍ଧ ସମସ୍ତ ଛାତ୍ରଛାତ୍ରୀଙ୍କୁ ଭାକସିନ ନେବାକୁ ନିର୍ଦେଶ ଦିଆଯାଇଛି  । ଯାହାର ଲକ୍ଷଣ ବାହାରୁଛି ତାଙ୍କୁ ସ୍କୁଲ ଛାଡ଼ନ୍ତୁ ନାହିଁ ବୋଲି ନିବେଦନ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ  । 

 

ହଷ୍ଟେଲରେ ଛାତ୍ରଛାତ୍ରୀଙ୍କ ଲକ୍ଷଣ ଥିଲେ ସେମାନଙ୍କୁ ସଙ୍ଗରୋଧରେ ରଖିବା ପାଇଁ କୁହାଯାଇଛି  ।  ଆମ ରାଜ୍ୟରେ ଏପର୍ଯ୍ୟନ୍ତ ଓମୀକ୍ରନ ଚିÿହ୍ନଟ ହୋଇନାହିଁ  । ଓମୀକ୍ରନ ମୁକାବିଲା ପାଇଁ ସରକାର ସମ୍ପୂର୍ଣ ପ୍ରସ୍ତୁତ ଅଛନ୍ତି  ।  ଏବେ ସୁଦ୍ଧା ଏଏସପିରେ ୧୨୮୬ ଜଣ ପଞ୍ଜିକରଣ କରିଛନ୍ତି  । ବିଦେଶ ଫେରନ୍ତାଙ୍କ ଭିତରୁ ଚାରିଜଣ ପଜିଟିଭ ବାହାରିଛନ୍ତି  । ସେମାନଙ୍କର ଜିନମ ସିକ୍ୱେସିଂ ପାଇଁ ନମୁନା ପଠାଯାଇଛି  । ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ  । ବିଦେଶ ଫେରନ୍ତାଙ୍କ ମଧ୍ୟରୁ ଗଞ୍ଜାମ, କଟକ, ଭୁବନେଶ୍ୱର ଓ ଅନୁଗୁଳରୁ ସର୍ବାଧିକ ବ୍ୟକ୍ତି ଅଛନ୍ତି  ।
 

Related News
satta king tw