Top Stories

Search here...

News

ମହାରାଷ୍ଟ୍ରରେ ଆଉ ୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

Posted On - 7 minutes ago
Edited By Team BbsrReporters
LAST UPDATED Dec 15, 2021 04:53 PM

ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫୩ରେ ପହଂଚିଛି । ଯାହା ଅଧିକ ଚିନ୍ତା ବଢ଼ାଇଛି, ତାହା ହେଲା ଏହି ୮ଜଣଙ୍କ ମଧ୍ୟରୁ କେହି ହେଲେ ବିଦେଶ ଯାଇ ନାହାନ୍ତି ।

 

 

BBSR Reporters

 

 

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ସଂଖ୍ୟା ବଢ଼ିବାରେ ଲାଗିଛି । ମହାରାଷ୍ଟ୍ରରେ ଆଉ ୮ ଆକ୍ରାନ୍ତ ଚିହ୍ନଟ ପରେ ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫୩ରେ ପହଂଚିଛି । ଯାହା ଅଧିକ ଚିନ୍ତା ବଢ଼ାଇଛି, ତାହା ହେଲା ଏହି ୮ଜଣଙ୍କ ମଧ୍ୟରୁ କେହି ହେଲେ ବିଦେଶ ଯାଇ ନାହାନ୍ତି । ତେବେ ସେମାନଙ୍କ ମଧ୍ୟରୁ କିଛି ବେଙ୍ଗାଲୁରୁ, ଦିଲ୍ଲୀ ଓ ରାଜସ୍ଥାନ ଯାଇଥିଲେ । ହେଲେ ବିଦେଶକୁ ନଯାଇ ମଧ୍ୟ, ସେମାନେ କିପରି କରୋନାର ଏହି ନୂଆ ଭାରିଏଂଟରେ ସଂକ୍ରମିତ ହେଲେ, ଏକ ବଡ଼ ପ୍ରଶ୍ନ ପାଲଟିଛି । ଡିସେମ୍ବର ପ୍ରଥମ ସପ୍ତାହରେ ଏହି ୮ ଜଣଙ୍କ ନମୁନା ସଂଗ୍ରହ ହୋଇଥିଲା ।

 

 

ଏମାନଙ୍କ ବୟସ ୨୪ରୁ ୪୧ ବର୍ଷ ମଧ୍ୟରେ । ଏହି ୮ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣଙ୍କ ନିକଟରେ କୌଣସି ଲକ୍ଷଣ ନଥିବା ବେଳେ ଅନ୍ୟ ୫ ଜଣଙ୍କ ନିକଟରେ ସାମାନ୍ୟ ଲକ୍ଷଣ ରହିଛି । ୨ଜଣ ହସ୍ପିଟାଲରେ ଭର୍ତି ହୋଇଥିବା ବେଳେ ୬ ଜଣ ଘରୋଇ ସଂଗରୋଧରେ ଅଛନ୍ତି । ମହାରାଷ୍ଟ୍ରରେ ଏଯାଏଁ ମୋଟ୍ ୨୮ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏମାନଙ୍କ ମଧ୍ୟରୁ ୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଏଯାଏଁ ୭ଟି ରାଜ୍ୟରୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ମହାରାଷ୍ଟ୍ରରେ ୨୮ ଜଣ, ରାଜସ୍ଥାନ- ୯, ଦିଲ୍ଲୀ-୬, ଗୁଜୁରାଟ-୪, କର୍ଣ୍ଣାଟକ-୩, ଆନ୍ଧ୍ରପ୍ରଦେଶ, କେରଳ ଓ ଚଣ୍ଡିଗଡରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Related News
satta king tw