Top Stories

Search here...

News

ଦକ୍ଷିଣ କୋରିଆରେ ଡେଲଟା ଭୁତାଣୁର ତାଣ୍ଡବ

Posted On - 10 minutes ago
Edited By Team BbsrReporters
LAST UPDATED Dec 15, 2021 03:25 PM

କୋରିଆରେ ଗତ ସପ୍ତାହରୁ ଦୈନିକ ଏବେ ୬ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।

 

 

BBSR Reporters

 

ନୂଆଦିଲ୍ଲୀ: ଦକ୍ଷିଣ କୋରିଆରେ ଡେଲଟା ଭୁତାଣୁର ତାଣ୍ଡବ ରଚୁଛି । ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଡାକ୍ତରଖାନା ଉପରେ ଚାପ ପଡୁଛି । ଦେଶର ସମସ୍ତ ହସ୍ପିଟାଲରେ ସଂକ୍ରମିତ ଭର୍ତି ହୋଇଥିବାରୁ ନୂଆ ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା କଷ୍ଟକର ହୋଇପଡିଛି । ଦ୍ୱିତୀୟ ଲହର ବେଳେ ଭାରତର ମେଡିକାଲରେ ଯେଉଁ ସ୍ଥିତି ଦେଖିବାକୁ ମିଳିଥିଲା, ସେ ଭଳି ଅବସ୍ଥା ଦକ୍ଷିଣ କୋରିଆରେ ଦେଖିବାକୁ ମିଳିଛି ।

 

 

ରୋଗୀଙ୍କୁ ମେଡିକାଲରେ ଶଯ୍ୟା ମିଳୁନାହିଁ, ହଜାରରେ ଅଧିକ ରୋଗୀ ଶଯ୍ୟା ଅପେକ୍ଷାରେ ରହିଛନ୍ତି । ସେପଟେ ଶଯ୍ୟା ଅପେକ୍ଷାରେ ଥିବା ୧୭ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦିନକରେ ୯୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । କୋରିଆରେ ଗତ ସପ୍ତାହରୁ ଦୈନିକ ଏବେ ୬ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସାରା ବିଶ୍ୱରେ ପୁଣି ଥରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଓମିକ୍ରନ ଓ ଡେଲଟା ଭୁତାଣୁର ଆତଙ୍କ ବିଶ୍ୱକୁ ପୁଣି ଚିନ୍ତାରେ ପକାଇଛି ।  

Related News
satta king tw