Top Stories

Search here...

News

ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି ଓମିକ୍ରନ; ସଂକ୍ରମିତଙ୍କ ସଂଖ୍ୟା ୭୩

Posted On - 11 minutes ago
Edited By Prabir Kumar
LAST UPDATED Dec 16, 2021 12:22 PM

ଗୁଜରାଟରେ ୪ ଜଣ, ରାଜସ୍ଥାନରେ ୧୭ ଜଣ, କର୍ଣ୍ଣାଟକ ଓ ତେଲେଙ୍ଗାନାରେ ୩ ଜଣ ଲେଖାଁଏ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେରଳ, ଆନ୍ଧ୍ର, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଜଣେ ଲେଖାଏଁ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି ।

 

 

BBSR Reporters

 

 

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି ଓମିକ୍ରନ । ଏହା ମଧ୍ୟରେ ଦେଶରେ ଓମିକ୍ରନ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୭୩ରେ ପହଁଚି ଗଲାଣି । ନୂଆ ରାଜ୍ୟ ଭାବରେ ଓମିକ୍ରନ ଭୂତାଣୁର ଶିକାର ବନିଛନ୍ତି ପଶ୍ଚିମବଙ୍ଗ ଏବଂ ତାମିଲନାଡୁ । ବୁଧବାର ଦେଶର ଏହି ଦୁଇ ରାଜ୍ୟରେ ନୂଆ କରି ସଂକ୍ରମଣ ଚିହ୍ନଟ ହୋଇଛି । ତାମିଲନାଡୁରେ ଓମିକ୍ରନର ପ୍ରଥମ ମାମଲା ଚିହ୍ନଟ ହୋଇଛି । ନାଇଜେରିଆରୁ କତାର ଦେଇ ଡିସେମ୍ବର ୧୦ ତାରିଖରେ ଚେନ୍ନାଇ ଫେରିଥିବା ୪୭ ବର୍ଷ ବୟସ୍କ ଯୁବକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତଙ୍କର ନମୂନାକୁ ଜିନୋମ ସ୍ୱିକେନସିଂ ପାଇଁ ପଠାଯାଇଛି ।

 

 

ସେହିପରି ଗୁଜରାଟରେ ୪ ଜଣ, ରାଜସ୍ଥାନରେ ୧୭ ଜଣ, କର୍ଣ୍ଣାଟକ ଓ ତେଲେଙ୍ଗାନାରେ ୩ ଜଣ ଲେଖାଁଏ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେରଳ, ଆନ୍ଧ୍ର, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଜଣେ ଲେଖାଏଁ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ପଶ୍ଚିମବଙ୍ଗରେ ମଧ୍ୟ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୁଧବାର ମୋଟ୍ ୯ଟି ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇଥିଲା । ସେଥିରୁ ମହାରାଷ୍ଟ୍ରରେ ଆହୁରି ୪ ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଅଛନ୍ତି । ଏହାକୁ ମିଶାଇ ମହାରାଷ୍ଟ୍ରରେ ମୋଟ୍ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୩୨ରେ ପହଂଚିଛି । ବର୍ତମାନ ଦେଶରେ ମହାରାଷ୍ଟ୍ରରେ ସବୁଠାରୁ ଅଧିକ ୩୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ୬ ଜଣ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ମହାରାଷ୍ଟ୍ରରେ ଏଯାଏଁ ମୋଟ୍ ୩୨ଜଣ ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରୁ ୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମହାରାଷ୍ଟ୍ରରେ ଏପରି ଓମିକ୍ରନ ସଂଖ୍ୟା ବଢିବା ଚିନ୍ତାର କାରଣ ବନିଗଲାଣି । ଓମିକ୍ରନ୍ ବୃଦ୍ଧି ପାଉଥିବାରୁ ୧୪୪ କଟକଣାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ସରକାର ।

Related News
satta king tw