Top Stories

Search here...

News

ଦିଲ୍ଲୀରେ ଆଉ ୧୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

Posted On - 6 minutes ago
Edited By Team BbsrReporters
LAST UPDATED Dec 17, 2021 03:49 PM

ନୂଆ ସଂକ୍ରମିତଙ୍କ ମିଶାଇ ଦିଲ୍ଲୀରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଂଚିଛି । ଦେଶରେ ଏହି ସଂଖ୍ୟା ୯୭କୁ ବୃଦ୍ଧି ପାଇଛି ।

 

 

BBSR Reporters

 

ନୂଆଦିଲ୍ଲୀ: ଦିଲ୍ଲୀରେ ଆଉ ୧୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ଦେଶରେ ଏହି ସଂଖ୍ୟା ୯୭କୁ ବୃଦ୍ଧି ପାଇଛି । ନୂଆ ସଂକ୍ରମିତଙ୍କ ମିଶାଇ ଦିଲ୍ଲୀରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଂଚିଛି । ମହାରାଷ୍ଟ୍ରରେ ସର୍ବାଧିକ ୩୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

କର୍ଣ୍ଣାଟକରୁ ଚିହ୍ନଟ ୫ ମାମଲା ମଧ୍ୟରୁ ୩ ଜଣ ବିଦେଶରୁ ଫେରିଛନ୍ତି । ୨ ଜଣ ଦିଲ୍ଲୀରୁ ବେଙ୍ଗାଲୁରୁ ଆସିଥିଲେ । ବିଦେଶରୁ ଫେରିଥିବା ୩ ଜଣଙ୍କ ବୟସ ୧୯, ୫୨ ଏବଂ ୩୩ ବର୍ଷ ହେବ । ମହାରାଷ୍ଟ୍ରରେ ୩୨ଟି ଓମିକ୍ରନ ଚିହ୍ନଟ ହେବା ପରେ ମହାରାଷ୍ଟ୍ର ସରକାର ଏହାକୁ ନେଇ ଶକ୍ତ କଟକଣା ଲାଗୁ କରିଦେଲେଣି ।ରାଜସ୍ଥାନରେ ୧୭ଟି ଓମିକ୍ରନ ମାମଲା ଠାବ ହୋଇଛି । ଦିଲ୍ଲୀରେ ୧୦, କେରଳରେ ୫, ଗୁଜରାଟରେ ୫, କର୍ଣ୍ଣାଟକ ୮, ତେଲେଙ୍ଗାନା ୬ ଏବଂ ପଶ୍ଚିମବଙ୍ଗ ୧, ତାମିଲନାଡୁ ୧, ଆନ୍ଧ୍ରପ୍ରଦେଶ ୧ ଏବଂ ଚଣ୍ଡିଗଡରେ ଗୋଟିଏ କରୋନା ମାମଲା ଠାବ ହୋଇଛି ।

 

ଦେଶରେ ଗୁରୁବାର ମୋଟ୍ ୯ଟି ଓମିକ୍ରନ ମାମଲା ଚିହ୍ନଟ ହୋଇଥିଲା । ଏହା ମଧ୍ୟରୁ ତେଲେଙ୍ଗାନାରୁ ୪ ଏବଂ କର୍ଣ୍ଣାଟକରୁ ୫ଟି ନୂଆ ଓମିକ୍ରନ ମାମଲା ଚିହ୍ନଟ ହୋଇଥିଲା । ଏହି ନୂଆ ମାମଲା ଗୁଡିକୁ ମିଶାଇ ତେଲେଙ୍ଗାନାରେ ୬ଟି, କର୍ଣ୍ଣାଟକରେ ୮ଟି ଓମିକ୍ରନ ମାମଲା ଚିହ୍ନଟ ହେବା ଚିନ୍ତା ବଢାଇ ଦେଇଛି । ଏଥର ନୂଆବର୍ଷ ସମୟରେ କୌଣସି ବଡ ଧରଣର ପର୍ବ କିଂବା କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି କଟକଣା ଜାରି କରାଯାଇଛି ।

Related News
satta king tw