Top Stories

Search here...

News

ଉତ୍ତର ପ୍ରଦେଶ ଗାଜିଆବାଦର ଦୁଇଜଣ ବ୍ୟକ୍ତି ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ; ୧୧୧ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

Posted On - 6 hours ago
Edited By Team BbsrReporters
LAST UPDATED Dec 18, 2021 06:39 PM

ଅନାବଶ୍ୟକ ଭ୍ରମଣ ଏବଂ ଜନସମାଗମରୁ ନିବୃତ ରହିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇ ଆସୁଥିଲେ ବି ‘ଓମିକ୍ରନ୍’ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

 

BBSR Reporters

 

ନୂଆଦିଲ୍ଲୀ: ପ୍ରଥମ କରି ଉତ୍ତର ପ୍ରଦେଶ ଗାଜିଆବାଦର ଦୁଇଜଣ ବ୍ୟକ୍ତି ଓମିକ୍ରନ୍ କରୋନା ଭାଇରସ୍ ପଜିଟିଭ୍ ହୋଇଥିବା ଜଣାପଡ଼ିଛି । ଓମିକ୍ରନ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣେ ପୁରୁଷ ଓ ଜଣେ ମହିଳ) ନଭେମ୍ବର ୨୯ ତାରିଖ ଦିନ ମହାରାଷ୍ଟ୍ରରୁ ଫେରିଥିଲେ । ସେମାନଙ୍କ ଠାରେ କୌଣସି ଲକ୍ଷଣ ଦେଖା ଦେଇ ନ ଥିଲା, କିନ୍ତୁ ସେମାନଙ୍କୁ ‘ହୋମ୍ ଆଇସୋଲେସନ୍’ରେ ରଖାଯାଇଥିଲା । ଉଭୟଙ୍କ ବୟସ ୬୦ ବର୍ଷ ମଧ୍ୟରେ ହେବ ।

 

 ଶୁକ୍ରବାର ସନ୍ଧ୍ୟାରେ ‘ଜିନମ୍ ସିକ୍ୱେନ୍ସିଙ୍ଗ୍’ ରିପୋର୍ଟ ମିଳିବା ପରେ ଦୁହେଁ ‘ଓମିକ୍ରନ୍ କରୋନାଭାଇରସ୍ ଭେରିଏଣ୍ଟ୍’ ଦ୍ୱାରା ଆକ୍ରାନ୍ତ ବୋଲି ଜଣାପଡ଼ିଲା । ରାଜ୍ୟରେ ‘ଓମିକ୍ରନ୍’ ଚିହ୍ନଟ ହେବା ପରେ ଉତ୍ତର ପ୍ରଦେଶ ସରକାର ସଜାଗ ହୋଇ ଉଠିଛନ୍ତି । 

 

ଶୁକ୍ରବାର ଦିନ ଦିଲ୍ଲୀରେ ମିଳିତ ସାମ୍ବାଦିକ ସମ୍ମିଳନୀ ଡକାଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ୍ କହିଲେ, ଗତ ୨୦ ଦିନ ହେବ କୋଭିଡ୍-୧୯ ସଂକ୍ରମଣ ମାମଲା ୧୦ ହଜାର ତଳକୁ ରହିଥିଲେ ବି ଅନ୍ୟ ଦେଶଗୁଡ଼ିକରେ ସଂକ୍ରମଣ ବୃଦ୍ଧି କରାଉଥିବା ନୂଆ ‘ଓମିକ୍ରନ୍ ଭେରିଏଣ୍ଟ୍’ ପ୍ରତି ହୁସିଆର ରହିବାକୁ ପଡ଼ିବ । ‘ଓମିକ୍ରନ୍’ ଭାରତରେ ବ୍ୟାପକ ଭାବେ ବସ୍ତାର ଲାଭ କରିଛି କିନ୍ତୁ ଏବେଠୁ ଏହା କେତେ ସଂକ୍ରମକ ହେବ କହି ହେବନାହିଁ ବୋଲି ସେ କହିଛନ୍ତିି ।

 

ସୂଚନାଯୋଗ୍ୟ, ଅନାବଶ୍ୟକ ଭ୍ରମଣ ଏବଂ ଜନସମାଗମରୁ ନିବୃତ ରହିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇ ଆସୁଥିଲେ ବି ଗତକାଲି ସମଗ୍ର ଦେଶରେ ‘ଓମିକ୍ରନ୍’ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟିପିଯାଇଛି ।

Related News
satta king tw