Top Stories

Search here...

News

ତୃତୀୟ ଲହର ସମ୍ଭାବନା ନିଶ୍ଚିତ; ମୁକାବିଲା ଲାଗି ଆମେ ସମର୍ଥ: ନିରଞ୍ଜନ ମିଶ୍ର

Posted On - 6 hours ago
Edited By Team BbsrReporters
LAST UPDATED Dec 18, 2021 06:36 PM

ଏବେ ସୁଦ୍ଧା ରାଜ୍ୟକୁ ୮  ରିସ୍କ ଦେଶରୁ ୧୫ ଶହରୁ ଅଧିକ ଲୋକ ଆସିଲେଣି  । ଯାହା ତଥ୍ୟ ଅଛି, ଓମିକ୍ରନର ଲକ୍ଷଣ ପୂର୍ବ ଭଳି ପ୍ରାୟ ସମାନ  । ଦ୍ୱିତୀୟ ଲହରରେ ଯେଉଁ ଟ୍ରିଟମେଣ୍ଟ ଥିଲା, ଏବେ ବି ତାହା ରହିଛି  । 

 

BBSR Reporters

 

ଭୁୁବନେଶ୍ୱର: ତୃତୀୟ ଲହର ମୁକାବିଲା ଲାଗି ଆମେ ସମର୍ଥ  । ଯେତେ ରୋଗୀ ଚିହ୍ନଟ ହେଲେ ମଧ୍ୟ ତାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବୁ  । ଆମେ ପ୍ରସ୍ତୁତ ରହିଛୁ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି । 
ସେ କହିଛନ୍ତ, ବ୍ରିଟେନରେ ଯେମିତି ସଂକ୍ରମଣ ବଢ଼ୁଛି, ତୃତୀୟ ଲହର ସମ୍ଭାବନା ନିଶ୍ଚିତ  । ଯାହା ସରକାରଙ୍କର ନିୟମାବଳୀ ରହିଛି, ଆନ୍ତର୍ଜାତିକ ଯାତ୍ରୀଙ୍କର ସର୍ଭେଲାନ୍ସ ଚାଲିଛି  । ଆମେ ସତର୍କତା ବଢାଇଛୁ  । ଓମିକ୍ରନ ଚିହ୍ନଟ ପାଇଁ ଜିନମ ସିକ୍ୱେନ୍ସିଂ ଆବଶ୍ୟକ  । ତେଣୁ ସିକ୍ୱେନ୍ସିଂ ପାଇଁ ଯାଉଥିବା ନମୁନା ସଂଖ୍ୟା ବଢାଇବାକୁ କୁହାଯାଇଛି  । ଏବେ ସୁଦ୍ଧା ରାଜ୍ୟକୁ ୮  ରିସ୍କ ଦେଶରୁ ୧୫ ଶହରୁ ଅଧିକ ଲୋକ ଆସିଲେଣି  ।

 

ଯାହା ତଥ୍ୟ ଅଛି, ଓମିକ୍ରନର ଲକ୍ଷଣ ପୂର୍ବ ଭଳି ପ୍ରାୟ ସମାନ  । ଦ୍ୱିତୀୟ ଲହରରେ ଯେଉଁ ଟ୍ରିଟମେଣ୍ଟ ଥିଲା, ଏବେ ବି ତାହା ରହିଛି  । ଓମିକ୍ରନ ଯୋଗୁ ଯେଉଁ ପରିସ୍ଥିତି ସୃଷ୍ଟି ହେବ, ତାକୁ ସମ୍ଭାଳିବା ଲାଗି ଆମର କ୍ଷମତା ରହିଛି  । ରୋଗୀ ସଂଖ୍ୟା ବୃଦ୍ଧି ସହ ତାଳ ଦେଇ ଭିତ୍ତିଭୂମି ବଢ଼ାଯିବ  । 

 

ପୂର୍ବ ପ୍ରସ୍ତୁତି ସହ ଅକ୍ସିଜେନ, ବେଡ଼, ଜରୁରି ଔଷଧ ମହଜୁଦ ରଖାଯାଉଛି  । ନିୟମିତ ଏହାର ତର୍ଜମା କରାଯାଉଛି ଓ ପ୍ରସ୍ତୁତି ଚାଲିଛି  । ରାଜ୍ୟର ସମସ୍ତ କୋଭିଡ ହସ୍ପିଟାଲ, ଘରୋଇ ହସ୍ପିଟାଲରେ ସ୍ୱତନ୍ତ୍ର ଓମିକ୍ରନ ବ୍ଲକ ରଖିବାକୁ ନିର୍ଦେଶ ଦିଆଯାଇଛି  । କଟକର ଜଣେ ବିଦେଶ ଫେରନ୍ତା ଓମିକ୍ରନ ସନ୍ଦିଗ୍ଧ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ଜନସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି, ଏନେଇ ତର୍ଜମା ଚାଲିଛି  । ମୋ ପାଖରେ ଖବର ନାହିଁ  । ପ୍ରଶାସନକୁ ଖବର ମଗାଯାଇଛି । ଆବଶ୍ୟକିୟ ପଦକ୍ଷେପ ଗ୍ରହଣ କରାଯିବ ।
 

Related News
satta king tw