Top Stories

Search here...

News

ଓଡ଼ିଶା-ମୋ ପରିବାର ଭୁବନେଶ୍ୱରରେଚକ୍ଷୁ ପରୀକ୍ଷା ଶିବିର

Posted On - 6 minutes ago
Edited By Team BbsrReporters
LAST UPDATED Dec 19, 2021 09:12 PM

ଓଡ଼ିଶା-ମୋ ପରିବାର ଏବଂ ଜେପିଏମ ରୋଟାରୀ କ୍ଲବ୍, କଟକର ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱର ବରମୁଣ୍ଡା ସିଆରପି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମଥର ପାଇଁ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଛି  । 

 

BBSR Reporters

 

ଭୁବନେଶ୍ୱର: ରାଜ୍ୟରେ, ରାଜ୍ୟ ବାହାରେ ଏବଂ ଦେଶ ବାହାରେ ବସବାସ କରୁଥିବା ବିପନ୍ନ ଓଡ଼ିଆଙ୍କୁ ସହାୟତା, ପରିବେଶ ସୁରକ୍ଷା, ଜୀବନବିନ୍ଦୁ କାର୍ଯ୍ୟକ୍ରମ କରାଯାଉଛି ।  ରକ୍ତଦାନ ଶିବିରମାନ ଆୟୋଜନ କରି ରାଜ୍ୟର ରକ୍ତଭଣ୍ଡାର ଗୁଡ଼ିକର ଏକ ସିଂହଭାଗ ରକ୍ତ ଯୋଗାଇବା, ରୋଗୀମାନଙ୍କୁ ସୋମାନଙ୍କର ଜରୁରୀକାଳୀନ ସ୍ଥିତିରେ ତାଙ୍କ ପାଖରେ ବିରଳ ଶ୍ରେଣୀର ରକ୍ତ ଯୋଗାଇବା, ରାଜ୍ୟର ପ୍ରମୁଖ ଚିକିତ୍ସାଳୟ ଗୁଡ଼ିକରେ ହେଲ୍ପଡେସ୍କମାନ ସ୍ଥାପନା କରି ରୋଗୀମାନଙ୍କ ଚିକିତ୍ସାରେ ସାହାଯ୍ୟ କରିବା ଭଳି ଅନେକ ସମାଜସେବା କାର୍ଯ୍ୟ ଓଡ଼ିଶା-ମୋ ପରିବାର ନିରନ୍ତର କରିଆସୁଛି  । 

 

ଏହି କ୍ରମରେ ଆଜି ଓଡ଼ିଶା-ମୋ ପରିବାର ଏବଂ ଜେପିଏମ ରୋଟାରୀ କ୍ଲବ୍, କଟକର ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱର ବରମୁଣ୍ଡା ସିଆରପି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମଥର ପାଇଁ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଛି  । ସକାଳ ୯ଟାରୁ ଆରମ୍ଭ ହୋଇ ଏହି ଶିବିରରେ ଚକ୍ଷୁ ବିଭାଗର ଡାକ୍ତରମାନେ ୧୫୦ଜଣ ବ୍ୟକ୍ତିଙ୍କ ଚକ୍ଷୁ ପରୀକ୍ଷା କରିଥିଲେ  । ପରୀକ୍ଷା ପରେ ୧୬ଜଣଙ୍କର ମୋତିଆବିନ୍ଦୁ ଚିହ୍ନଟ ହୋଇଥିଲେ । ତେବେ ଯେଉଁମାନଙ୍କ ମୋତିଆବିନ୍ଦୁ ଚିହ୍ନଟ ହୋଇଛି ସେମାନଙ୍କର ରୋଟାରୀ ଜେପିଏମ କ୍ଲବ ଅଫ୍ କଟକ ଆଇ ହସ୍ପିଟାଲ ଆଣ୍ଡ ରିସର୍ଚ ଇନିଷ୍ଟିଚ୍ୟୁଟ୍, କଟକରେ ସଂପୂର୍ଣ୍ଣ ମାଗଣାରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯିବ  । 

 

ଦୁଇ ଦିନ ରହିବା ଓ ଖାଇବା ବ୍ୟାବସ୍ଥା କରାଯାଇ ସେମାନଙ୍କ ଅସ୍ତ୍ରୋପଚାର ପରେ ସେମାନଙ୍କୁ ନିଜ ଘରେ ଛଡ଼ାଯିବାର ବ୍ୟବସ୍ଥା ରହିଛି ବୋଲି ଓଡ଼ିଶା-ମୋ ପରିବାର ଆବାହକ ସୂଚନା ପ୍ରଦାନ କରିଛନ୍ତି  । ସେ ଆହୁରି ମଧ୍ୟ କହିଛନ୍ତି ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ଶିବିର ପରେ ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ମଧ୍ୟ ଆୟୋଜନ କରାଯିବ  । ଶିବିରରେ ଭୁବନେଶ୍ୱର ଉତ୍ତର ବିଧାୟକ ତଥା ଓଡ଼ିଶା-ମୋ ପରିବାର ସଦସ୍ୟ ଶ୍ରୀ ସୁଶାନ୍ତ ରାଉତ, ସଦସ୍ୟା ଶ୍ରୀମତୀ ଭାରତୀ ସିଂହଙ୍କ ବ୍ୟତିତ ବହୁ ପୂର୍ବତନ କର୍ପରେଟର ତଥା ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ  । ଯୁଗ୍ମ ସଂପାଦକ (ଓଡ଼ିଶା-ମୋ ପରିବାର) ଶ୍ରୀ ସମୀର ପ୍ରଧାନ, ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ଏହି ଶିବିରକୁ ସଂଯୋଜନା କରିଥିଲେ  ।

Related News
satta king tw