Top Stories

Search here...

News

ବ୍ରିଟେନରେ ବ୍ୟାପୁଛି ଓମିକ୍ରନ; ଦିନକରେ ୧୦ ହଜାର ଓମିକ୍ରମ ଆକ୍ରାନ୍ତ ଚିହ୍ନଟ

Posted On - 7 minutes ago
Edited By Team BbsrReporters
LAST UPDATED Dec 19, 2021 11:04 AM

ବ୍ରିଟେନରେ ଦିନକରେ ମୋଟ ୯୩ ହଜାର ୪୫ ନୂଆ କେସ୍ ସାମ୍ନାକୁ ଆସିଥିାବ ବେଳେ ଗୋଟିଏ ଦିନରେ ମୋଟ ୧୧୧ ଜଣଙ୍କର କରୋନାରେ ମୃତୁ୍ୟ ହୋଇଛି  ।

 

BBSR Reporters

 

ଲଣ୍ଡନ: ବ୍ରିଟେନରେ କରୋନାର ଡବଲ ଆଟାକ୍ । ଗୋଟିଏ ଦିନରେ ଚିହ୍ନଟ ହେଲେ ୯୩ ହଜାରରୁ ଅଧିକ ଆକ୍ରାନ୍ତ । ଶୁକ୍ରବାର ବ୍ରିଟେନରେ ୯୩ ହଜାର ୪୫ ନୂଆ କେସ୍ ସାମ୍ନାକୁ ଆସିଛି । ଲଗାତର ତିନି ଦିନ ହେବ ବ୍ରିଟେନରେ ଦୈନିକ ସଂକ୍ରମିତ ୮୫ ହଜାର ଉପରେ ରହିଛି । ସେହିପରି ଶୁକ୍ରବାର ଗୋଟିଏ ଦିନରେ ୧୧୧ ଜଣଙ୍କର କରୋନାରେ ମୃତୁ୍ୟ ହୋଇଛି । ସେହିପରି ଦିନରେ ୧୦ ହଜାର ଓମିକ୍ରମ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ ଓମିକ୍ରନ ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । 

 

ୟୁରୋପ ମହାଦେଶରେ ବ୍ରିଟେନ ଏବେ କରୋନାର ନୂଆ ହଟସ୍ପଟ ବୋଲି ଜଣାପଡିଛି । ଲଣ୍ଡନରେ ଓମିକ୍ରନ୍ ଭୟ ବଢିବାରେ ଲାଗିଛି । ବ୍ରିଟେନରେ ଅଧିକାଂଶ ସଂକ୍ରମିତଙ୍କ ପାଖରେ ଓମିକ୍ରନ ଭ୍ୟାରିଆଂଟ ଚିହ୍ନଟ ହୋଇଛି । ଗୁରୁବାର ୧ ହଜାର ୬୯୧ ନୂଆ ଓମିକ୍ରନ୍ ମାମଲା ସାମ୍ନାକୁ ଆସିଥିଲା । ଗତ ତିନି ଦିନରେ ୩ ହଜାର ୨୦୧ ନୂଆ ମାମଲା ଆସିଥିବା ବେଳେ ଏହି ମୋଟ୍ ସଂଖ୍ୟା ୧୪ ହଜାର ୯୦୯ରେ ପହଂଚିଲାଣି । କରୋନା ପ୍ରକୋପକୁ କମ୍ କରିବା ପାଇଁ ବ୍ରିଟେନ ସରକାର ଟିକାକରଣକୁ ଜୋରଦାର କରିଛନ୍ତି । ଏମିତିକି କିଛି ସ୍ଥାନରେ ବୁଷ୍ଟର ଡୋଜ ଆରମ୍ଭ ହୋଇଛି ।

 

ଆଗକୁ ନୂଆ ବର୍ଷ ରହିଛି ।  କରୋନାର ଭୟବହତାକୁ ଦେଖି ଡିସେମ୍ବର ୨୬ ପରେ ଦୋକାନ ବଜାର ଏବଂ କ୍ଲବ ଆଦି ବନ୍ଦ ରହିବ ବୋଲି ସୂଚନା ରହିଛି । ତେବେ କରୋନାର ନୂଆ ଭ୍ୟାରିଆଂଟକୁ ରୋକିବାକୁ ପ୍ରତିବନ୍ଧକ ଲଗାଯିବ କି ନାହିଁ ସେ ନେଇ ବୋରିଶ ଜନସନ ସରକାର ଏବେ ବିଭିନ୍ନ ଦିଗକୁ ଚିନ୍ତା କରୁଛି । ବ୍ରିଟେନ୍ ଓ ଦକ୍ଷିଣ ଆଫ୍ରିକାରେ ମାମଲା ବଢୁଥିବାରୁ ଅନ୍ୟ ଦେଶ ପାଇଁ ଚିନ୍ତାର କାରଣ ହୋଇଛି । ଆମେରିକାରେ ମଧ୍ୟ ସ୍ଥିତି ବିଗିଡ଼ିବାରେ ଲାଗିଛି । ଆମେରିକାରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଗୁଣା ବୃଦ୍ଧିପାଉଛି । ସଂକ୍ରମଣ ବଢୁଥିବାରୁ ସତର୍କ କରାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।
 

Related News
satta king tw