Top Stories

Search here...

News

ଆଉ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ; ଦେଶରେ ୧୪୫ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

Posted On - 7 minutes ago
Edited By Team BbsrReporters
LAST UPDATED Dec 19, 2021 09:27 PM

ଆଜି ଗୁଜୁରାଟରେ ପହଞ୍ଚିଥିବା ୨ଜଣ ବିଦେଶୀ ଓମିକ୍ରନ ଦ୍ୱାରା ଆକ୍ରାନ୍ତଙ୍କ ହୋଇଥିବା ଜଣାପଡ଼ିଛି । 

 

BBSR Reporters

 

ନୂଆଦିଲ୍ଲୀ: ଭାରତରେ ନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ଗୁଜୁରାଟରେ ପହଞ୍ଚିଥିବା ୨ଜଣ ବିଦେଶୀ ଓମିକ୍ରନ ଦ୍ୱାରା ଆକ୍ରାନ୍ତଙ୍କ ହୋଇଥିବା ଜଣାପଡ଼ିଛି । ୨ ଜଣ ବିଦେଶୀଙ୍କ ମଧ୍ୟରେ ଜଣେ ଏନଆରଆଇ ଅଛନ୍ତି । 

 

ଏନଆରଆଇ ଜଣକ ଡିସେମ୍ବର ୧୫ରେ ବ୍ରିଟେନରୁ ଭାରତରେ ପହଞ୍ଚିବା ପରେ ଅହମ୍ମଦାବାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆରଟିପିସିଆର ପରୀକ୍ଷା କରାଯାଇଥିଲା । ପରେ ସେ କରୋନା ପଜିଟିଭ ଥିବା ଜଣାପଡ଼ିବାରୁ ନମୁନାକୁ ଜିନମ ସିକ୍ୟୁଏନସିଂ ପାଇଁ ପଠାଯାଇଥିଲା । ଜିନମ ସିକ୍ୟୁଏନସିଂ ଏନଆରଆଇଜଣକ ଓମିକ୍ରନଦ୍ୱାରା ସଂକ୍ରମିତ ଥିବା ସାମ୍ନାକୁ ଆସିଛି । ଦୁହିଁଙ୍କୁ ମିଶାଇ ଏବେ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୫ରେ ପହଞ୍ଚିଛି ।


ଏବେ ମହାରାଷ୍ଟ୍ର (୪୮), ଦିଲ୍ଲୀ (୨୨), ରାଜସ୍ଥାନ (୧୭) ଏବଂ କର୍ଣ୍ଣାଟକ (୧୪), ତେଲେଙ୍ଗାନା (୨୦), ଗୁଜୁରାଟ (୯), କେରଳ (୧୧), ଆନ୍ଧ୍ରପ୍ରଦେଶ (୧), ଚଣ୍ଡିଗଡ଼ (୧), ତାମିଲନାଡୁ (୧) ଏବଂ ପଶ୍ଚିମବଙ୍ଗରୁ ଗୋଟେ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି । ଶନିବାର ଦିନ, ମହାରାଷ୍ଟ୍ରରେ ଆଉ ୮ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ତେଲେଙ୍ଗାନାରେ ସଂକ୍ରମିତଙ୍କ ସଂଖ୍ୟା ୮ରୁ ୨୦କୁ ବୃଦ୍ଧିପାଇଛି ।

Related News
satta king tw