Top Stories

Search here...

News

କର୍ଣ୍ଣାଟକରେ ଆଉ ୫ଜଣ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୧୯

Posted On - 14 minutes ago
Edited By Team BbsrReporters
LAST UPDATED Dec 20, 2021 01:21 PM

ଏହାକୁ ମିଶାଇ କର୍ଣ୍ଣାଟକ ରାଜ୍ୟରେ  ସମୁଦାୟ ୧୯ଜଣ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ ହେଲେଣି।

 

 

BBSR Reporters

 

ବେଙ୍ଗାଲୁରୁ: ଭାରତରେ ପ୍ରଥମେ ‘ଓମିକ୍ରନ୍‌ କରୋନାଭାଇରସ୍ ଭେରିଏଣ୍ଟ୍‌’ ଚିହ୍ନଟ କରିବାରେ ପ୍ରଥମ ରାଜ୍ୟ ହେଉଛି କର୍ଣ୍ଣାଟକ। କର୍ଣ୍ଣାଟକରେ ଆଉ ୫ଟି ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ସଂକ୍ରମଣ ମାମଲା ଚିହ୍ନଟ ହୋଇଛନ୍ତି। ଆଜି ସକାଳେ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର କେ. ସୁଧାକର ସୂଚନା ଦେଇଛନ୍ତି। ଏହାକୁ ମିଶାଇ କର୍ଣ୍ଣାଟକ ରାଜ୍ୟରେ ସମୁଦାୟ ୧୯ଜଣ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ ହେଲେଣି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇ ନ ଥିଲା।

 

 

ନୂଆ ଚିହ୍ନଟ ହୋଇଥିବା ‘ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌’ ସଂକ୍ରମଣ ମାମଲାରୁ ୨ଟି ଉଦୁପିର ହୋଇଥିବା ବେଳେ ବାକି ୩ଟି ମାଙ୍ଗାଲୁରୁ, ଧରୱାଡ୍‌ ଏବଂ ଭଦ୍ରାବତୀର ହୋଇଥିବା ଜଣାପଡ଼ିଛି। ଉଦୁପିର ୨ଜଣଙ୍କ ମଧ୍ୟରୁ ଜେଣ ହେଉଛନ୍ତି ୮୨ ବର୍ଷିୟ ପୁରୁଷ ଏବଂ ଆଉ ଜେଣ ୭୩ ବର୍ଷୀୟ ମହିଳା। ସେହିପରି, ମାଙ୍ଗାଲୁରୁ ସଂକ୍ରମିତ ଜଣକ ହେଉଛନ୍ତି ୧୯ ବର୍ଷୀୟ ତରୁଣୀ, ଧରାୱଡ୍‌ବାସୀ ଜଣକ ୫୪ ବର୍ଷିୟ ପୁରୁଷ ଏବଂ ଭଦ୍ରାବତୀବାସିନୀ ହେଉଛନ୍ତି ୨୦ ବର୍ଷୀୟ ଯୁବତୀ। କର୍ଣ୍ଣାଟକ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ କମିସନ୍‌ରେଟ୍‌ କହିବା ଅନୁସାରେ, ସଂକ୍ରମିତ ସମସ୍ତ ବ୍ୟକ୍ତି କୋଭିଡ୍‌-୧୯ ନିରୋଧୀ ଟିକାର ସମ୍ପୂର୍ଣ୍ଣ ଡୋଜ୍‌ ନେଇଥିଲେ।

Related News
satta king tw