Top Stories

Search here...

News

ଦୁଇ ପଜିଟିଭ୍ ପରେ ଭୁବନେଶ୍ୱରକୁ ଫେରିଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ 

Posted On - 7 minutes ago
Edited By Team BbsrReporters
LAST UPDATED Dec 21, 2021 07:51 PM

ରାଜ୍ୟରୁ  ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ କୋଭିଡ କଟକଣା କଡାକଡି କରାଯାଇଛି ।

 

BBSR Reporters


ଭୁବନେଶ୍ୱର: ପୁଣି ଭୁବନେଶ୍ୱରକୁ ଫେରଛି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍  । ବୋମିଖାଲ ଅଞ୍ଚଳର ଜୟଦୁର୍ଗା ନଗରର ପ୍ଳଟ୍ ନମ୍ବର ୧୩୦୩/୧୩୦୪କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କର୍ତ୍ତୃପକ୍ଷ ।


ଉକ୍ତ ପ୍ଲଟରେ ରହୁଥିବା ଅବନୈଲ ଅଗ୍ରୱାଲ ଓ ହରିଶ ଅଗ୍ରୱାଲ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ପରେ ସଂକ୍ରମଣକୁ ଆଉ ବ୍ୟାପିବାକୁ ନ ଦେବାକୁ ଏଠାରେ କଣ୍ଟେନମେଣ୍ଟ ଜୋନ ବ୍ୟବସ୍ଥା ଲାଗୁ କରାଯାଇଥିବା ବିଏମ୍ସି ପକ୍ଷରୁ କୁହାଯାଇଛି ।

 

କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା ହୋଇଥିବା ପ୍ଳଟ୍ ନମ୍ବର ୧୩୦୩/୧୩୦୪କୁ କେହି ପ୍ରବେଶ କରିପାରିବେ ନାହିଁ କି ସେଠାରେ ରହୁଥିବା କୌଣସି ବ୍ୟକ୍ତି ବାହାରକୁ ଆସି ପାରିବେ ନାହିଁ । କଣ୍ଟେନମେଣ୍ଟ ଜୋନ୍ ଭିତରେ ରହୁଥିବା ଲୋକଙ୍କୁ ବିଏମ୍ସି ପକ୍ଷରୁ ସମସ୍ତ ଆବଶ୍ୟକ ସାମଗ୍ରୀ ଓ ଔଷଧ ଆଦି ଯୋଗାଇ ଦିଆଯିବ ।

 


ବିଏମ୍ସିର ଦକ୍ଷିଣ ପୂର୍ବ ଜୋନ୍ ଏନ୍ଫୋର୍ସମେଣ୍ଟ ଇନ୍ସପେକ୍ଟର କିଶୋର ରାଉତରାୟ ଯୋଗାଣ ଦାୟିତ୍ୱରେ ରହିବେ । ସେହିପରି ଡାକ୍ତର ସ୍ୱପ୍ନାରାଣୀ ମହାପାତ୍ର କଣ୍ଟେନମେଣ୍ଟ ଜୋନ୍ ଭିତରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିବେ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି ।

 

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ବିଏମ୍ସି ଅଞ୍ଚଳରେ ୬୮ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏପଟେ ରାଜ୍ୟରୁ  ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ କୋଭିଡ କଟକଣା କଡାକଡି କରାଯାଇଛି । 

Related News
satta king tw