Top Stories

Search here...

News

ଦରକାର ନଥିଲେ ଘରୁ ନବାରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ; ହେଲେ ଖୋଲା ରହିଛି ସିନେମା ହଲ

Posted On - 7 minutes ago
Edited By Team BbsrReporters
LAST UPDATED Dec 22, 2021 01:46 PM

ମୁଖ୍ୟମନ୍ତ୍ରୀ ଆବଶ୍ୟକତା ନ ଥିଲେ ଘରୁ ବାହାରିବାକୁ ମନା କରିଥିବା ବେଳେ ସିନେମା ହଲ ଖୋଲା ରହିଛି, ରାଜନୈତିକ ସମାବେଶ ଜାରି ରହିଛି ।

 

BBSR Reporters

 

ଭୁବନେଶ୍ୱର: ରାଜ୍ୟରୁ ଦୁଇ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ସତର୍କ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଓମିକ୍ରନକୁ ନେଇ ଚିନ୍ତା ପ୍ରକଟ କରିବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓମିକ୍ରନ୍ ବହୁତ ଜୋରରେ ବଢୁଛି, ଆମକୁ ସତର୍କ ରହିବାକୁ ପଡିବ  । ତେଣୁ ମାସ୍କ ପିନ୍ଧିବା ସହ ପରସ୍ପର ମଧ୍ୟରେ ସାମାଜିକ ଦୂରତା ବଜାଇ ରଖିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।


ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ  । ଦରକାର ନଥିଲେ ଘରୁ ନବାରିବା ପାଇଁ ପରାମର୍ଶ ଦେଇଛନ୍ତି  । ସମସ୍ତେ ସହଯୋଗ କଲେ ଏହି ଓମିକ୍ରନ୍ ଲହରକୁ ମୁକାବିଲା କରିହେବ ବୋଲି ସେ କହିଛନ୍ତି  । ଅନ୍ୟ ଦେଶମାନଙ୍କରେ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ଭୟଙ୍କର ମାତ୍ରାରେ ବ୍ୟାପିବାରେ ଲାଗିଛି  ।

 

ଏହା ଡେଲଟା ଭ୍ୟାରିଆଣ୍ଟ ଠାରୁ ଅଧିକ ସଂକ୍ରାମକ ହୋଇଥିବାରୁ ଚିନ୍ତାରେ ପଡିଛି ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ  । ତେଣୁ ଏହାକୁ ଦୃଷ୍ଟିରେ ରଖି ଏବେଠୁ ସତର୍କ ହେବାକୁ ପଡିବ  । ସମସ୍ତେ ସଚେତନ ରହିଲେ ଓମିକ୍ରନ ଭୟକୁ ଏଡାଇ ଦେଇପାରିବା ଏଥିରେ କୌଣସି ସନେ୍ଦହ ନାହିଁ  । ସବୁଠୁ ବଡ କଥା ହେଉଛି ମୁଖ୍ୟମନ୍ତ୍ରୀ ଆବଶ୍ୟକତା ନ ଥିଲେ ଘରୁ ବାହାରିବାକୁ ମନା କରିଥିବା ବେଳେ ସିନେମା ହଲ, ରାଜନୈତିକ ସମାବେଶ ଜାରି ରହିଛି । 


 

Related News
satta king tw