Top Stories

Search here...

News

 ତାମିଲନାଡ଼ୁରୁ ଦିନକରେ ୩୩ ନୂଆ ଆକ୍ରାନ୍ତ ଚିହ୍ନଟ; ଓମିକ୍ରନକୁ ନେଇ ଭାରତରେ ବଢୁଛି ଚିନ୍ତା

Posted On - 7 minutes ago
Edited By Team BbsrReporters
LAST UPDATED Dec 23, 2021 07:23 PM

ଦେଶର ବିଭିନ୍ନ ରାଜ୍ୟରେ ୨୭୧ରୁ ଅଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଅଧିକ ସତର୍କ ହେବାକୁ କୁହାଯାଇଛି ।

 

BBSR Reporters

 

ନୂଆଦିଲ୍ଲୀ: ଦେଶରେ ବଢୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ତାମିଲନାଡ଼ୁରୁ ଦିନକରେ ୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ୩୪ ଜଣ ଓମିକ୍ରନ୍ ଚିହ୍ନଟ ହୋଇଥିବା ତାମିଲନାଡ଼ୁ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ବର୍ତମାନ ସୁଦ୍ଧା ୨୬୯ ଜଣ ଓମିକ୍ରନ ସଂକ୍ରମିତ ହୋଇସାରିଲେଣି । ମହାରାଷ୍ଟ୍ରରେ ସର୍ବାଧିକ ୬୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଦିଲ୍ଲୀରେ ୬୪ ଜଣ ସଂକ୍ରମିତ ହୋଇଛନ୍ତି । ମହିଶୁରରେ ଜଣେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୯ବର୍ଷ ଶିଶୁ ପ୍ରଥମ ଓମିକ୍ରନ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ବର୍ତମାନ ସୁଦ୍ଧା ୧୬ଟି ରାଜ୍ୟରୁ ଓମିକ୍ରନ ସଂକ୍ରମଣ ଚିହ୍ନଟ ହୋଇସାରିଲେଣି ।

 


ଦେଶରେ ଓମିକ୍ରନ୍ ସଂକ୍ରମଣ ବଢୁଥିବା ବେଳେ ଆଜି ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କରୋନାର ଏହି ନୂଆ ଭୂତାଣୁ ଡେଲ୍ଟା ଅପେକ୍ଷା ୩ ଗୁଣା ଦ୍ରୁତ ବେଗରେ ସଂକ୍ରମିତ ହେଉଥିବା ଜଣାପଡିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ସତର୍କ କରିଛନ୍ତିା ଦେଶର ବିଭିନ୍ନ ରାଜ୍ୟରେ ୨୭୧ରୁ ଅଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଅଧିକ ସତର୍କ ହେବାକୁ କୁହାଯାଇଛି । ସଂସଦର ଶୀତକାଳିନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ମଧ୍ୟ ଦେଶବାସୀଙ୍କୁ ସତର୍କ କରାଇଥିଲେ ପ୍ରଧାନମନ୍ତ୍ରୀ । ତେଣୁ ଓମିକ୍ରନ ଦେଶରେ କରୋନା ମହାମାରୀର ତୃତୀୟ ଲହର ଆଣିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଆଗାମୀ ବର୍ଷ ମାର୍ଚ୍ଚ ଯାଏଁ ଜାରି ରଖିବାକୁ ଘୋଷଣା କରିଥିଲେ ମୋଦୀ । 

 

 ଏହି ମର୍ମରେ ରାଜ୍ୟଗୁଡିକୁ ଆଗୁଆ ସତର୍କ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଦୂରଦୃଷ୍ଟି ରଖି, ତଥ୍ୟ ଅନୁଶୀଳନ କରିବା ସହ ବହୁମୂଖୀ ପଦକ୍ଷେପ ନେବାକୁ କୁହାଯାଇଛି । ସଂକ୍ରମଣ ବୃଦ୍ଧି ପାଉଥିବା ଅଂଚଳରେ ସ୍ଥାନୀୟ ପ୍ରଶାସନ କଂଟେନମେଂଟ ଜୋନ୍ ଘୋଷଣା କରିବା ଭଳି ନିଷ୍ପତି ନେବାକୁ କୁହାଯାଇଛି । ଏକ ସପ୍ତାହ ଭିତରେ ପଜିଟିଭିଟି ହାର ୧୦ ପ୍ରତିଶତ କିମ୍ବା ଅଧିକ ରହିଲେ ଏବଂ ଅକ୍ସିଜେନ ସପୋର୍ଟ ଓ ଆଇସିୟୁ ବେଡ୍ ୪୦ ପ୍ରତିଶତରୁ ଅଧିକ ଭର୍ତି ଥିଲେ କଟକଣା ଲଗାଇବାକୁ ନିଷ୍ପତି ନିଆଯାଇପାରେ ।    
 

Related News
satta king tw