Top Stories

Search here...

News

ବାପାମା’ଙ୍କ ସହିତ ନାଇଜେରିଆରୁ ଫେରିଥିବା ଦୁଇ ନାବାଳିକା ଓମିକ୍ରନ ସଂକ୍ରମିତ

Posted On - 6 minutes ago
Edited By Team BbsrReporters
LAST UPDATED Dec 23, 2021 07:12 PM

ସଂକ୍ରମଣ ରୋକିବାକୁ ଦୈନକ ୭୦ ହଜାରରୁ ଅଧିକ ଟେଷ୍ଟ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

 

 

BBSR Reporters

 

ଭୁବନେଶ୍ୱର: ଓଡ଼ିଶାରୁ ଆଉ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ନାଇଜେରିଆରୁ ଫେରିଥିବା ୨ ଜଣ ସଂକ୍ରମିତ ହୋଇଥିବା ନେଇ ଆଇଏଲଏସ ପକ୍ଷରୁ ସୂଚନା ମିଳିଛି । ଏମାନେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକତ୍ସିତ ହେଉଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ ଛୁଇଁଛି । ଦୁଇ ନୂଆ ଆକ୍ରାନ୍ତଙ୍କ କୋଭିଡ଼ ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କ ନମୂନା ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ସେମାନଙ୍କ ନିକଟରେ ଓମିକ୍ରନ୍ ଭୁତାଣୁ ଥିବା ଆଇଏଲଏସ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଂଟାକ୍ଟ ଟ୍ରେସିଂ ଜାରି ରହିଛି ।

 

ନସ୍ୱାସ୍ଥ୍ୟ ନିଦେ୍ର୍ଧଶକଙ୍କ ସୂଚନା ଅନୁଯାୟୀ, ଆକ୍ରାନ୍ତ ଦ୍ୱୟ ନାବାଳିକା ଓ ସେମାନେ ଦୁଇ ଭଉଣୀ । ଜଣଙ୍କୁ ୧୧ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣେ ୧୫ ବର୍ଷର । ଗତ ୧୩ ତାରିଖରେ ସେମାନେ ବାପାମା’ଙ୍କ ସହିତ ନାଇଜେରିଆରୁ ଫେରିଥିଲେ । ତେବେ ସେମାନଙ୍କ ବାପାମା’ଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ହୋଇଛି । 

 

ସେମାନଙ୍କୁ ବିମାନବନ୍ଦରରୁ ନେଇ ଯାଇଥିବା ଗାଡ଼ି ଡ୍ରାଇଭରଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଛି । ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ, ବାପାମା’ ଓ ଛୁଆ ଦୁଇଟି ନାଇଜେରିଆରୁ ଫେରିବା ପରେ କ୍ୱାରେଣ୍ଟାଇନ୍ରେ ଥିଲେ । ଅଷ୍ଟମ ଦିନରେ ସେମାନଙ୍କର ଆର୍ଟିପିସିଆର୍ ଟେଷ୍ଟ୍ କରାଯାଇଥିଲା । ଆଉ ଝିଅ ଦୁହିଁଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ପଜିଟିଭ୍ ଚିହ୍ନଟ ଦୁଇଟି ଯାକ ନାବାଳିକା ଭଲ ଅଛନ୍ତି । ସେମାନଙ୍କ ଠାରେ କୌଣସି ଲକ୍ଷଣ ନାହିଁ । ସେମାନେ ଆଇସୋଲେଟ୍ ହୋଇ ଅଛନ୍ତି ।

 

 ରାଜ୍ୟରେ ଓମିକ୍ରନ ସଂକ୍ରମଣ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ବୈଠକ କରିଛନ୍ତି । ମଧ୍ୟାନ୍ନ ୧୨ଟାରେ ଓମିକ୍ରନ ମୁକାବିକା ଉପରେ ଆଲୋଚନା କରାଯାଇଛି । ବୈଠକରେ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ ।  

 

ଏପଟେ ଓମିକ୍ରନକୁ ନେଇ ସର୍ଭିଲାନ୍ସରୁ ଜୋରଦାର କରିବାକୁ କହିଛନ୍ତି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ । ଦୈନକ ୭୦ ହଜାରରୁ ଅଧିକ ଟେଷ୍ଟ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଏପଟେ ଟିକାକରଣକୁ ଆହୁରୀ ବ୍ୟାପକ କରିବାକୁ କହିଛନ୍ତି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର ।

Related News
satta king tw