Top Stories

Search here...

News

ଫେବୃଆରୀରେ ଦେଶରେ ଓମିକ୍ରନ ଆଣିବ ତୃତୀୟ ଲହର: ଆଇଆଇଟି କାନପୁର ରିପୋର୍ଟ 

Posted On - 9 minutes ago
Edited By Team BbsrReporters
LAST UPDATED Dec 24, 2021 07:13 PM

ଗବେଷକଙ୍କ ରିପୋର୍ଟ ମୁତାବକ ଦେଶରେ ପ୍ରଥମ କୋଭିଡ ସଂକକ୍ରମର ୭୩୫ ଦିନ ପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସବୁଠୁ ଅଧିକ ରହିବ । ୨୦୨୦ ଜାନୁଆରୀ ୩୦ରେ ଦେଶରେ ପ୍ରଥମ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

 

BBSR Reporters

 

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ଆଣିବ ତୃତୀୟ ଲହର । ଆସନ୍ତା ଫେବୃଆରୀ ୩ ତାରିଖରେ କୋଭିଡ୍ ସଂକ୍ରମଣ ସବୁଠୁ ଅଧିକ ରହିବ । ଏଭଳି ପୂର୍ବାନୁମାନ କରିଛନ୍ତି ଆଇଆଇଟି କାନପୁରର ଗବେଷକମାନେ । କରୋନାର ଏହି ନୂଆ ଭ୍ୟାରିଆଂଟ ଭାରତରେ ତୃତୀୟ ଲହର ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଆଇଆଇଟି କାନପୁରର ରିପୋର୍ଟ ମୁତାବକ, ଏବେକାର କୋଭିଡ୍ ଟ୍ରେଣ୍ଡ ଅନୁସାରେ ଡିସେମ୍ବର ମଧ୍ୟ ଭାଗରୁ ସଂକ୍ରମଣ ବଢିବା ଆରମ୍ଭ ହୋଇ ସାରିଛି । ଫେବୃଆରୀ ପ୍ରାରମ୍ଭରେ ଦେଶରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହେବେ ବୋଲି ରିପୋର୍ଟରେ କୁହାଯାଇଛି ।

 

ଆଇଆଇଟି କାନପୁରର ଗବେଷକମାନେ ଗୁସିଆନ ମିକ୍ଚର ପରିସଂଖ୍ୟାନ ଟୁଲ ବ୍ୟବହାର କରି ତୃତୀୟ ଲହର ପୂର୍ବାନୁମାନ କରିଛନ୍ତି । ଗବେଷକମାନେ ଭାରତର ପ୍ରଥମ ଏବଂ ଦ୍ୱିତୀୟ ଲହର ଏବଂ ନିକଟରେ  ବିଭିନ୍ନ ଦେଶରେ ଓମିକ୍ରନ ସଂକ୍ରମଣର ତଥ୍ୟକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତିି । ଗବେଷକଙ୍କ ରିପୋର୍ଟ ମୁତାବକ ଦେଶରେ ପ୍ରଥମ କୋଭିଡ ସଂକକ୍ରମର ୭୩୫ ଦିନ ପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସବୁଠୁ ଅଧିକ ରହିବ ।

 

୨୦୨୦ ଜାନୁଆରୀ ୩୦ରେ ଦେଶରେ ପ୍ରଥମ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାକୁ ହିସାବକୁ ନେଲେ ଡିସେମ୍ବର ୧୫ ତାରିଖରୁ ଦେଶରେ କୋଭିଡ ସଂକ୍ରମଣ ବଢିବାରେ ଲାଗିଛି । ଏବଂ ଫେବୃ୍ରଆରୀ ୩ ତାରିଖରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହେବେ ବୋଲି ଗବେଷକମାନେ କହିଛନ୍ତି । ଆଇଆଇଟି କାନପୁରର ଗଣିତ, ପରିସଂଖ୍ୟାନ ବିଭାଗର ଗବେଷକମାନେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ।

 

Related News
satta king tw