Top Stories

Search here...

News

୨୪ ଘଂଟା ମଧ୍ୟରେ  ଆମେରିକାରେ  ପାଖାପଖି ୫ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ

Posted On - 7 minutes ago
Edited By Team BbsrReporters
LAST UPDATED Dec 30, 2021 02:09 PM

କରୋନାର ନୂଆ ଭାରିଆଂଟ ଓମିକ୍ରନ ଯୋଗୁଁ ବିଶ୍ୱରେ ସଂକ୍ରମଣ ରେକର୍ଡ ସ୍ତର ଛୁଇଁଛି l ପ୍ରାଣ ହରାଇଛନ୍ତି ୧୭ ଶହରୁ ଅଧିକ ଲୋକ ।

 

 

BBSR Reporters

 

କାଲିଫର୍ଣ୍ଣିଆ: କରୋନାର ନୂଆ ଭାରିଆଂଟ ଓମିକ୍ରନ ଯୋଗୁଁ ବିଶ୍ୱରେ ସଂକ୍ରମଣ ରେକର୍ଡ ସ୍ତର ଛୁଇଁଛି ।  ରିପୋର୍ଟ ଅନୁସାରେ, ଆମେରିକାରେ ରେକର୍ଡ ସଂକ୍ରମଣ ଚିନ୍ତା ବଢାଇଛି ।  ଗତ ୨୪ ଘଂଟା ମଧ୍ୟରେ  ଆମେରିକାରେ  ପାଖାପଖି ୫ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଆଉ ପ୍ରାଣ ହରାଇଛନ୍ତି ୧୭ ଶହରୁ ଅଧିକ ଲୋକ ।

 

 ଆମେରିକାରେ ପ୍ରଥମ ରାଜ୍ୟ ଭାବେ କାଲିଫର୍ଣ୍ଣିଆରେ ମଙ୍ଗଳବାରଦିନ ସଂକ୍ରମଣ ମାମଲା ୫୦ ଲକ୍ଷ ଟପିଯାଇଛି । ରିପୋର୍ଟ ଅନୁସାରେ,  ଆମେରିକାରେ ମୋଟ କରୋନା ପ୍ରଜାତିର  ୫୮. ୬ ପ୍ରତିଶତ ହେଉଛି ଓମିକ୍ରନ ।  ଅନ୍ୟପଟେ  ଡେଲଟା ପ୍ରଜାତି  ଆମେରିକାରେ ମୋଟ କରୋନାର ୪୧.୧ ପ୍ରତିଶତ ବୋଲି ଜଣାଯାଇଛି । କରୋନାରେ କାଲିଫର୍ଣ୍ଣିଆ, ନ୍ୟୁୟର୍କ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ।

 

ଗତ ୨୪ ଘଂଟାରେ କାଲିଫର୍ଣ୍ଣିଆରେ ୮୬ ହଜାରରୁ  ଅଧିକ ମାମଲା ଚିହ୍ନଟ ହୋଇଛି ।  ନ୍ୟୁୟର୍କରେ ସଂକ୍ରମଣ ବଢିବାରେ ଲାଗିଛି ।  ଏଠାରେ ଅଧିକ ଅଧିକ ସଂଖ୍ୟାରେ ଶିଶୁ କରୋନା ସଂକ୍ରମିତ ଚିହ୍ନଟ  ହେଉଛନ୍ତି ।  ମେଡିକାଲ ଭିତିଭୂମି ବଢାଇବା ପାଇଁ ଆମେରିକା ସରକାର ଦୃଢ ପଦକ୍ଷେପ ନେଇଛନ୍ତି ।  ବ୍ରିଟେନ, ଫ୍ରାନ୍ସ , ତୁର୍କୀ ଓ ଜର୍ମାନୀରେ  ମଧ୍ୟ କରୋନା ସଂକ୍ରମଣ ବଢିବାରେ ଲାଗିଛି ।

Related News
satta king tw