Top Stories

Search here...

News

ଆଜିଠାରୁ ମୁମ୍ବାଇରେ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ

Posted On - 7 minutes ago
Edited By Team BbsrReporters
LAST UPDATED Dec 30, 2021 01:44 PM

ଦେଶରେ ଓମିକ୍ରନ ସଂକ୍ରମଣକୁ ନେଇ ଚିନ୍ତା ବଢାଇଲେଣି ମୁମ୍ବାଇ, ସଂକ୍ରମଣ ବଢୁଥିବାରୁ ବଢୁଛି କଟକଣା l

 

 

BBSR Reporters

 

ମୁମ୍ବାଇ: ଆଜିଠାରୁ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି । ଦେଶରେ ସଂକ୍ରମଣରେ ଆଗରେ ଥିବା ମହାରାଷ୍ଟ୍ରରେ କରୋନା ସ୍ଥିତିର ମୁକାବିଲା ପାଇଁ ସରକାର କଟକଣା ବଢ଼ାଇଛନ୍ତି । ନୂଆ ବର୍ଷ ସେଲିବ୍ରେସନ୍ ଉପରେ ମଧ୍ୟ କଟକଣା ଲାଗିଛି । ଖୋଲା ସ୍ଥାନରେ କିମ୍ବା ହେଟେଲରେ କୌଣସି ପ୍ରକାର ସେଲିବ୍ରେସନ୍ ହେବ ନାହିଁ । ରେସ୍‌ଟୁରାଂଟ, ବାର, ପବ୍‌, ରିସୋଟ୍ ଓ କ୍ଲବରେ ମଧ୍ୟ ଆଜିଠାରୁ ଜାନୁଆରୀ ୭ ତାରିଖ କୌଣସି ପ୍ରକାର ଉତ୍ସବ ହେବ ନାହିଁ । ସବୁଠୁ ଚିନ୍ତାଜନକ ସ୍ଥିତି ଉପୁଜିଛି ମୁମ୍ବାଇରେ । ବୁଧବାର ଗୋଟିଏ ଦିନରେ ୨୫୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ମହାରାଷ୍ଟ୍ର ସରକାରଙ୍କ ନିଦ ହଜିଗଲାଣି ।

 

ଗତ ୨୪ ଘଂଟା ଭିତରେ ୮୨ ପ୍ରତିଶତ ବୃଦ୍ଧି ପାଇଛି କରୋନା ମାମଲା ।ବମ୍ବେ ମହାନଗର ନିଗମ ବା ବିଏମସି ପକ୍ଷରୁ ସ୍ୱାସ୍ଥ୍ୟ ଭିତିଭୂମି ବଢ଼ାଇବା ସହ ଅକ୍ସିଜେନ୍ ଯୁକ୍ତ ବେଡ୍ ବୃଦ୍ଧି ପାଇଁ ଯୋଜନା କରିଛି । ସିନେମା, ଜିମ୍‌, ରେଷ୍ଟ୍ରୁରାଂଟ, ଥିଏଟର ଗୁଡିକ ୫୦ ପ୍ରତିଶତ କ୍ଷମତାରେ ଚାଲିଛି । ରାତି ୯ଟାରୁ ସକାଳ ୬ଟା ଯାଏଁ କର୍ଫ୍ୟୁ ଲାଗିଛି । ମହାରାଷ୍ଟ୍ର ସ୍ୱାସ୍ଥ୍ର‌୍ୟମନ୍ତ୍ରୀ କହିଛନ୍ତି, ଯଦି କରୋନା ମାମଲା ଆହୁରି ବୃଦ୍ଧି ପାଏ, ତେବେ ପୁଣିଥରେ ମୁମ୍ବାଇରେ ଲକଡାଉନ ଭଳି ସ୍ଥିତି ଉପୁଜିପାରେ । ସେହିପରି ଦୁବାଇ ଫେରନ୍ତାଙ୍କ ପାଇଁ କଡା କଟକଣା ଜାରି ହୋଇଛି । ପ୍ରତ୍ୟକ ଦୁବାଇ ଫେରନ୍ତା ବିମାନ ବନ୍ଦରରେ ଆରଟିପିସିଆର ଟେଷ୍ଟ କରାଇବେ । ନିଜେ ୭ ଦିନ ବାଧ୍ୟତାମୂଳକ ସଂଗରୋଧରେ ରହିବାକୁ ପଡିବ ବୋଲି ମୁମ୍ୱାଇ ପ୍ରଶାସନ ଶେଷ ନିର୍ଦ୍ଦେଶନାମାରେ କହିଛନ୍ତି ।

Related News
satta king tw