Top Stories

Search here...

News

ଆଜି ଓଡ଼ିଶାରେ ୫ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ

Posted On - 36 minutes ago
Edited By Team BbsrReporters
LAST UPDATED Dec 30, 2021 05:22 PM

ସେମାନଙ୍କ ଭିତରୁ ୪ ଜଣ ବିଦେଶ ଫେରନ୍ତା। ସେମାନେ କତାର, କଙ୍ଗୋ ଓ ୟୁଏଇ ଆଦି ଦେଶରୁ ଫେରିଛନ୍ତି ସଂପୃକ୍ତ ବ୍ୟକ୍ତି।

 

 

BBSR Reporters

 

ଭୁବନେଶ୍ୱର: ଆଜି ଓଡ଼ିଶାରେ ୫ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୪ ଜଣ ବିଦେଶ ଫେରନ୍ତା। ସେମାନେ କତାର, କଙ୍ଗୋ ଓ ୟୁଏଇ ଆଦି ଦେଶରୁ ଫେରିଛନ୍ତି ସଂପୃକ୍ତ ବ୍ୟକ୍ତି। ସଂକ୍ରମିତ ପଞ୍ଚମ ବ୍ୟକ୍ତି କୌଣସି ବିଦେଶ ଗସ୍ତ କରିନାହାନ୍ତି।ସେ ରାୟପୁର ଓ ହାଇଦ୍ରାବାଦ ଗସ୍ତ କରିଥିବା ଜଣାପଡ଼ିଛି। ସମସ୍ତ ୫ ଜଣଙ୍କ କଣ୍ଟା ଟ୍ରେସିଂ କରାଯାଇଛି। ସେଥିରୁ ଜଣକର ପଜିଟିଭ ମିଳିଛି। ଜିନମ ସିକ୍ୱ୍ୟୁଏନସିଂ ପାଇଁ ଯାଇଛି। ଆକ୍ରାନ୍ତ ସମସ୍ତ ୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

 

ଆଜି ଚିହ୍ନଟ ହୋଇଥିବା ଓମିକ୍ରନ୍‌ଙ୍କୁ ମିଶାଇ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି। ୧୦ ଦିନରେ ୧୪ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍‌ସେସ୍‌ (ଆଇଏଲ୍‌ଏସ୍‌) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ୨୧ ତାରିଖରେ ରାଜ୍ୟରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Related News
satta king tw