Top Stories

Search here...

News

ରବିବାର କୋଭିଡ କଟକଣାକୁ କଡ଼ାକଡ଼ି କରିଛି ପଶ୍ଚିମବଙ୍ଗ, ଜାଣନ୍ତୁ କ’ଣ ବନ୍ଦ ରହିବ

Posted On - 12 minutes ago
Edited By Team BbsrReporters
LAST UPDATED Jan 02, 2022 06:40 PM

ବିବାହ ପାଇଁ ୫୦, ଶବ ସଂସ୍କାର ପାଇଁ ୨୦ ଜଣଙ୍କୁ ଅନୁମତି

 

BBSR Reporters


କୋଲକାତା: କରୋନାକୁ ପ୍ରତିରୋଧ ପାଇଁ ଆବଶ୍ୟକ ନୀତିନିୟମକୁ ପଶ୍ଚିମବଙ୍ଗ ସରକାର ପୁନର୍ବାର ଲାଗୁ କରିଛନ୍ତି।  ରବିବାର କୋଭିଡ କଟକଣାକୁ କଡ଼ାକଡ଼ି କରିଛି ପଶ୍ଚିମବଙ୍ଗ। ବିବାହ ପାଇଁ ୫୦, ଶବ ସଂସ୍କାର ପାଇଁ ୨୦ ଜଣଙ୍କୁ ଅନୁମତି lମାମଲାର ଗମ୍ଭୀରତାକୁ ଅନୁଧ୍ୟାନ କରି ରାଜ୍ୟରେ ସ୍କୁଲ କଲେଜ ବନ୍ଦ କରି ଦିଆଯାଇଛି। ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ  କର୍ମଚାରୀଙ୍କୁ ନେଇ କାମ କରିବାକୁ କୁହାଯାଇଛି। ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି।

ବେଙ୍ଗଲ ମୁଖ୍ୟଶାସନ ସଚିବ ଏଚ୍.କେ ଦ୍ୱିବେଦୀ କହିଛନ୍ତି ଯେ, ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟଗୁଡିକ ୫୦ ପ୍ରତିଶତ କ୍ଷମତାରେ କାର୍ଯ୍ୟ କରିପାରିବେ। ସେହିପରି ସବୁ ପ୍ରଶାସନକି ବୈଠକ ଭର୍ଚୁଆଲ କରାଯିବ। ଯଥା ସମ୍ଭବ ୱାର୍କ ଫ୍ରମ ହୋମ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି। ସେହିପରି ୫୦ ପ୍ରତିଶତ କ୍ଷମତାରେ କୋଲକାତା ମେଟ୍ରୋ ଟ୍ରେନ୍‌ ଚାଲିବ। ଲୋକାଲ ଟ୍ରେନ୍ କେବଳ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ। ତେବେ ଦୂରଗାମି ଟ୍ରେନ୍‌ ଗୁଡ଼ିକର ଚଳାଚଳ ସ୍ୱାଭାବିକ୍ ରହିବ। ସିନେମା ହଲ୍, ରେଷ୍ଟୁରାଣ୍ଟ ଏବଂ ବାର୍ ୫୦ ପ୍ରତିଶତ କ୍ଷମତା ଏବଂ ରାତି ୧୦ ଟା ପର୍ଯ୍ୟନ୍ତ ଚାଲିବାକୁ ଅନୁମତି ଦିଆଯାଇଛି। ସପିଂ ମଲ୍ ସକାଳ ୧୦ ଟାରୁ ୫ ଟା ପର୍ଯ୍ୟନ୍ତ ଖୋଲା ରହିବ। କିନ୍ତୁ ଭିଡ଼ ୫୦ ପ୍ରତିଶତରେ ରହିବା ଜରୁରୀ।  ବିବାହ ତଥା ଅନ୍ୟାନ୍ୟ ସାମାଜିକ, ଧାର୍ମିକ ଏବଂ ସାଂସ୍କୃତିକ ଉତ୍ସବ ପାଇଁ ୫୦ ଜଣ ଏବଂ ଅନ୍ତିମ ସଂସ୍କାର ପାଇଁ ୨୦ଜଣଙ୍କ ମଧ୍ୟରେ ସୀମିତ ରହିବ।

 

ସୂଚନା ଅନୁଯାୟୀ, ଗତକାଲି ରାଜ୍ୟରେ ୪୫୧୨ଟି ନୂଆ କୋଭିଡ୍‌ ମାମଲା ରିପୋର୍ଟ ହୋଇଛି। ଏଥିସହ କୋଭିଡ୍‌ କେସ ଲୋଡ଼ ୧୩,୩୦୦ଛୁଇଁଛି। ଯାହାକି କୋଭିଡ୍‌ ମାମଲାରେ ମହାରାଷ୍ଟ୍ର ଏବଂ କେରଳ ପରେ ଦେଶର ତୃତୀୟ ସର୍ବାଧିକ ରାଜ୍ୟ ଭାବେ ପଶ୍ଚିମବଙ୍ଗ ଉଭା ହୋଇଛି। ସେହିପରି ବେଙ୍ଗଲରେ ୨୦ଟି  ଓମିକ୍ରନ୍ ମାମଲା ରେକର୍ଡ଼ କରାଯାଇଛି।

Related News
satta king tw