Top Stories

Search here...

News

ନୂଆ ବର୍ଷ ପାଇଁ ଆସିଲା କୋଭିଡ ନିଦେ୍ର୍ଧଶାବଳୀ; ପିକନିକକୁ ନାଁ, କଡାକଡି  ହେବ କଟକଣା

Posted On - 7 minutes ago
Edited By Team BbsrReporters
LAST UPDATED Dec 30, 2021 09:07 PM

ରାଜନୈତିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ମିଳିଛି । ଜାନୁଆରୀ ମାସରେ କୌଣସି ଶିକ୍ଷାନୁଷ୍ଠାନ ପିକନିକ୍ ମନାଇବାକୁ ଯାଇପାରିବେ ନାହିଁ ।

 

BBSR Reporters

 

ଭୁବନେଶ୍ୱର : ଜାନୁଆରୀ ମାସ ପାଇଁ  କୋଭିଡ ନିଦେ୍ର୍ଧଶାବଳୀ ଜାରି କରିଛନ୍ତି ରାଜ୍ୟ ସରକାର । ବିଶେଷକରି ନୂଆ ବର୍ଷର ଜାନୁଆରୀ ମାସ ପାଇଁ ଅଧିକ କଟକଣା କରାଯାଇଛି । ଜାନୁଆରୀ ମାସରେ କୌଣସି ସ୍ଥାନରେ ପିକନିନ୍ କରିବାକୁ ମନା କରାଯାଇଛି । ପାର୍କ, ବେଳାଭୂମି କିମ୍ବା ଅନ୍ୟାନ୍ୟ ପିକନିକ୍ ସ୍ପଟରେ ପିକନିକ୍ ମନାଇ ପାରିବେ ନାହିଁ । ଜାନୁଆରୀ ମାସରେ କୌଣସି ଶିକ୍ଷାନୁଷ୍ଠାନ ପିକନିକ୍ ମନାଇବାକୁ ଯାଇପାରିବେ ନାହିଁ ।
ପୂର୍ବ ଭଳି ସମସ୍ତ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଜାରି ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ନାଇଟ୍ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । 

 

ନୂଆ ଗାଇଡଲାଇନ୍ ମୁତାବକ, ରାଜ୍ୟ ସରକାର ସମସ୍ତ ପ୍ରକାର ସାମାଜିକ ଓ ଧାର୍ମିକ ସମାବେଶକୁ ନା କରିଛନ୍ତି । ରାଜନୈତିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ମିଳିଛି । ସେହିପରି ପ୍ରଦର୍ଶନୀ, ବାଣିଜ୍ୟ ମେଳା, ମେଳା ଆଦି ଆୟୋଜନକୁ ମଧ୍ୟ ବାରଣ କରାଯାଇଛି । ହୋଟେଲ, ପାର୍କ, ମଲରେ ସାଂସ୍କୃତିକ, ନୃତ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ ନାହିଁ । 

 

କୌଣସି ବାର୍ଷିକ ଉତ୍ସବ ଓ ଆନିଭର୍ସାରୀ ପାଳନ ଉପରେ ମଧ୍ୟ ରୋକ ଲଗାଯାଇଛି । ତେବେ ରାଜ୍ୟ ସରକାର ଯାତ୍ରା, ମେଲୋଡି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଇଛନ୍ତି । ସର୍ବାଧିକ ୧ ହଜାର ଦର୍ଶକଙ୍କୁ ନେଇ ଅନୁମତିରେ ଯାତ୍ରା କରାଯାଇପାରିବ । ହେଲେ ଏସବୁ କୋଭିଡ୍ ନିୟମ ଅନୁସାରେ ଆୟୋଜନ କରାଯିବ । ଏହଛଡ଼ା ସିନେମା ହଲ୍ ପାଇଁ ମଧ୍ୟ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ସିନେମା ହଲ୍ ଗୁଡ଼ିକ ୫୦ ପ୍ରତିଶତ ଦର୍ଶକ କ୍ଷମତାରେ ଚାଲିବ । ତେବେ ସିନେମା ହଲ୍ ଯିବା ପାଇଁ ଦର୍ଶକଙ୍କୁ ଡବଲ ଡୋଜ୍ ଟିକା ବା ଟେଷ୍ଟ ରିପୋର୍ଟ ଜରୁରୀ ବୋଲି ରାଜ୍ୟ ସରକାର ନିଦେ୍ର୍ଧଶ ଦେଇଛନ୍ତି ।

 


 

Related News
satta king tw