Top Stories

Search here...

News

ସଂକ୍ରମଣ ବଢିବ ହେଲେ ମାରାତ୍ମକ ହେବେନି; ୭ ଦିନରେ ସୁସ୍ଥ ହେଉଛନ୍ତି ଓମିକ୍ରମ ସଂକ୍ରମିତ

Posted On - 6 minutes ago
Edited By Prabir Kumar
LAST UPDATED Jan 04, 2022 08:19 PM

ଡେଲ୍ଟା ଭୂତାଣୁ ଅପେକ୍ଷା ଓମିକ୍ରନ ଭୁତାଣୁ ଦ୍ୱାରା ଆକ୍ରାନ୍ତ, ଶୀଘ୍ର ସୁସ୍ଥ ହେଉଥିବା ଏହି ଅଧ୍ୟୟନରୁ ଜଣାପଡିଛି ।

 

BBSR Reporters


ସାରା ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବାବେଳେ, ଏହା ପଛରେ ଓମିକ୍ରନ୍ ଭୁତାଣୁ ରହିଥିବା କୁହାଯାଉଛି । ତେବେ ଓମିକ୍ରନକୁ ନେଇ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ତାହାହେଲା ଓମିକ୍ରନ୍ ଯେଉଁ ବେଗରେ ବ୍ୟାପୁଛି, ସେହି ବେଗରେ ଆକ୍ରାନ୍ତ ସୁସ୍ଥ ମଧ୍ୟ ହେଉଛନ୍ତି । ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ୧୦୫ ଜଣ ଓମିକ୍ରନ୍ ଆକ୍ରାନ୍ତଙ୍କୁ ନେଇ ଗବେଷଣା କରାଯାଇଥିଲା । 

 

ଅଧ୍ୟୟନରୁ ଜଣାପଡିଛି ଯେ, ସପ୍ତାହେ ଭିତରେ ସୁସ୍ଥ ହେଉଛନ୍ତି ଓମିକ୍ରନ୍ ଆକ୍ରାନ୍ତ । ଡେଲ୍ଟା ଭୂତାଣୁ ଅପେକ୍ଷା ଓମିକ୍ରନ ଭୁତାଣୁ ଦ୍ୱାରା ଆକ୍ରାନ୍ତ, ଶୀଘ୍ର ସୁସ୍ଥ ହେଉଥିବା ଏହି ଅଧ୍ୟୟନରୁ ଜଣାପଡିଛି । ଏହି ଗବେଷଣାରେ ୭ ଜଣ ଶିଶୁଙ୍କୁ ମଧ୍ୟ ସାମିଲ କରାଯାଇଥିଲା । ୬୫ ଜଣ ପୁରୁଷ ଓ ୩୩ ଜଣ ମହିଳାଙ୍କୁ ନେଇ ଏହି ଗବେଷଣା ହୋଇଥିଲା । ସବୁଠାରୁ ବଡକଥା ହେଉଛି ଏମାନଙ୍କ ଭିତରେ ୧୪ଜଣଙ୍କର ଅନ୍ୟାନ୍ୟ ରୋଗ ବି ରହିଥିଲା । ୭ ଜଣଙ୍କର ବ୍ଲଡପ୍ରେସର ଓ ୬ ଜଣଙ୍କର ଡାଏବେଟିସ ଥିବାବେଲେ ଜଣଙ୍କଠାରେ ଟିବି ରୋଗ ରହିଥିଲା । 

 

୧୦୫ ‘ଓମିକ୍ରନ୍’ ଆକ୍ରାନ୍ତଙ୍କୁ ନେଇ ଅଧ୍ୟୟନ କରାଯାଇଥିଲା । ୭ ଦିନରେ ଆରଟିପିସିଆର ଟେଷ୍ଟରେ ୯୨% ନେଗେଟିଭ ଚିହ୍ନଟ ହୋଇଛନ୍ତି ।  କରୋନା ସହ ଟିବି ଥିବା ଜଣେ ବ୍ୟକ୍ତି ଅଧିକ ଦିନ ହସ୍ପିଟାଲରେ ରହିଲେ । ୫% ଆକ୍ରାନ୍ତଙ୍କ ସାମନ୍ୟ ଜ୍ୱର ଓ ମାଂସପେଶୀରେ କଷ୍ଟ ଅନୁଭବ କରୁଥିଲେ । ୮% ଆକ୍ରାନ୍ତ ଦୁର୍ବଳ ଓ ଥକା ଅନୁଭବ କରିବା ସହ ଖାଇବାକୁ ଇଚ୍ଛା କରୁନଥିଲେ ।  ୨ ଜଣ ଶିଶୁଙ୍କ ପେଟରେ ଯନ୍ତ୍ରଣା ଓ ଡାଇରିଆ ଭଳି ଲକ୍ଷଣ ରହିଥିଲା ବୋଲି ଗବେଷଣାରୁ ଜଣାପଡିଛି ।


 

Related News
satta king tw