Top Stories

Search here...

News

ରାଜ୍ୟରେ ବଢିଚାଲିଛି କରୋନା ଦିନକରେ ରାଜ୍ୟରେ ଚିହ୍ନଟ ହୋଇଛି ୨୭୦୩ ନୂଆ ଆକ୍ରାନ୍ତ

Posted On - 36 minutes ago
Edited By Team BbsrReporters
LAST UPDATED Jan 07, 2022 01:43 PM

ଖୋର୍ଦ୍ଧା ପଛକୁ ସୁନ୍ଦରଗଡ଼ରୁ ବି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଜିଲ୍ଲାରୂ ୪୫୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

 

 

BBSR Reporters

 

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ରାଜ୍ୟରେ ଚିହ୍ନଟ ହୋଇଛି ୨୭୦୩ ନୂଆ ଆକ୍ରାନ୍ତ । କ୍ୱାରେନ୍‌ଟାଇନ୍‌ରୁ ୧୫୭୯ ଓ ଲୋକାଲ କଂଟାକ୍ଟ ୧୧୨୪ ରହିଛି । ସେଥିମଧ୍ୟରୁ ମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ରହିଛି  ୪୦୯ ମାମଲା । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୯୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

 

ଖୋର୍ଦ୍ଧା ପଛକୁ ସୁନ୍ଦରଗଡ଼ରୁ ବି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଜିଲ୍ଲାରୂ ୪୫୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୧୯୧, ଝାରସୁଗୁଡାରୁ ୧୦୬, ସମ୍ବଏଲପୁରରୁ ୧୭୯ ନୂଆ ମାମଲା ସାମ୍ନାକୁ ଆସିଛି । ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣରେ ଲଗାତର ବୃଦ୍ଧି ପାଉଛି । ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ରେଡ୍ ଜୋନ୍‌କୁ ଆସିଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧାରେ ସକ୍ରିୟ ମାମଲା ୩ ହଜାର ପାର କରିଛି । ସେହିପରି ସୁନ୍ଦରଗଡ଼ ଜିଲ୍ଲା ୟେଲୋ ଜୋନ୍‌କୁ ଆସିଛି । ଜିଲ୍ଲାରେ ସକ୍ରିୟ ମାମଲା ୧୦୬୮କୁ ବୃଦ୍ଧି ପାଇଛି ।

Related News
satta king tw