Top Stories

Search here...

News

ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକ ପୁଣି ଓମିକ୍ରନରେ ହୋଇପାରନ୍ତି ଆକ୍ରାନ୍ତ

Posted On - 28 minutes ago
Edited By Team BbsrReporters
LAST UPDATED Jan 08, 2022 05:27 PM

ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକମାନେ ଓମିକ୍ରନ ଭାରିଏଣ୍ଟରେ ସଂକ୍ରମିତ ହେବାର ଆଶଙ୍କା ଯଥେଷ୍ଟ ଅଧିକ ରହିଛି।

 

 

BBSR Reporters

 

ନୂଆଦିଲ୍ଲୀ: ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକମାନେ ଓମିକ୍ରନ ଭାରିଏଣ୍ଟରେ ସଂକ୍ରମିତ ହେବାର ଆଶଙ୍କା ଯଥେଷ୍ଟ ଅଧିକ ରହିଛି। ସୁସ୍ଥ ହୋଇଥିବା ବ୍ୟକ୍ତିମାନେ ଡେଲ୍ଟା ଭାରିଏଣ୍ଟ ତୁଳନାରେ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ହେବାର ସମ୍ଭାବନା ୩ରୁ ୫ ଗୁଣ ଅଧିକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ଏହାର ଅର୍ଥ ପୂର୍ବରୁ କରୋନାରୁ ସୁସ୍ଥ ହୋଇଥିବା ଲୋକ, ଟିକା ନେଇ ନଥିବା ଲୋକ ଓ ଦୀର୍ଘ ମାସ ତଳେ ଟିକା ନେଇଥିବା ଲୋକମାନେ ଓମିକ୍ରନ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ଯଥେଷ୍ଟ ଅଧିକ।

 

ସେ କହିଛନ୍ତି, ଆମକୁ ଏବେ ସୁରକ୍ଷା ପାଇଁ ଟିକାକରଣ କରିବାକୁ ହେବ ଓ ପୁଣି ଯେମିତି ସଂକ୍ରମିତ ନ ହେବା ତା’ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ଏଥିସହ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲେ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ପଡ଼ିବ। ସ୍ୱାସ୍ଥ୍ୟକର୍ମୀମାନେ ଟେଷ୍ଟିଂ ବୃଦ୍ଧି କରିବା ସହ ଟ୍ରେସିଂ କ୍ଷମତାକୁ ବଢ଼ାନ୍ତୁ।

 

ସ୍ୱାସ୍ଥ୍ୟ ସଂଗଠନ ୟୁରୋପ ନିର୍ଦ୍ଦେଶକ ହାନସ ହେନରି ପି କୁଲେଗଙ୍କ ଅନୁଯାୟୀ, ଓମିକ୍ରନ ଭାରିଏଣ୍ଟ କରୋନାରୁ ସୁସ୍ଥ ହେବା ପରେ ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧ ଶକ୍ତିକୁ ମାତ ଦେବାର କ୍ଷମତା ରଖିଛି। ପୂର୍ବରୁ ଏହି ଭାରିଏଣ୍ଟ ଟିକା ଦ୍ୱାରା ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ମାତ ଦେବାକୁ ସକ୍ଷମ ଥିବା ଜଣାପଡ଼ିଛି l

 

କରୋନାର ମୁକାବିଲା ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟ କ୍ଷମତାର ବ୍ୟବହାର କରାଯିବା ଉଚିତ। ୨ ବର୍ଷ ବିତି ଗଲାଣି, ତଥାପି ଆମ ସ୍ୱାସ୍ଥ୍ୟକର୍ମୀମାନେ ପୁଣି ଏକ ବଡ଼ ଟେଷ୍ଟର ସମ୍ମୁଖୀନ ହେଉନ୍ତି। ପ୍ରତି ୫ ଜଣରୁ ଜଣେ ମହାମାରୀ ଯୋଗୁ ମାନସିକ ଅସ୍ଥିରତାର ସମ୍ମୁଖୀନ ହେବା ସବୁଠାରୁ ଚିନ୍ତାର ବିଷୟ। ତେଣୁ ସ୍ୱାସ୍ଥ୍ୟକର୍ମୀଙ୍କୁ ସମର୍ଥନ କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ସ୍ଥାନୀୟ ପ୍ରଶାସନ ପ୍ରୟାସ କରିବା ଉଚିତ ବୋଲି ସେ କହିଛନ୍ତି।

Related News
satta king tw