Top Stories

Search here...

News

ବିମାନ ଯାତ୍ରୀଙ୍କ ପାଇଁ ବିଏମସି ଜାରି କଲା ସଂଶୋଧିତ ନିଦେ୍ର୍ଧଶାବଳୀ

Posted On - 7 minutes ago
Edited By Prabir Kumar
LAST UPDATED Jan 07, 2022 07:55 PM

ନୂଆ ନିୟମ ଅନୁସାରେ ଏଣିଛି ୭୨ ଘଣ୍ଟା ପୂର୍ବର ଆରଟିପିସିଆର ଟେଷ୍ଟ ଯାତ୍ରୀଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କର ଟେଷ୍ଟ ହେବ ।

 

BBSR Reporters


ଭୁବନେଶ୍ୱର: ରାଜ୍ୟରେ ଓମିକ୍ରନ୍ର ଭୟବହତାକୁ ଦେଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ଜାରି କରିଥିବା ନିଦେ୍ର୍ଧଶାବଳୀରେ ସାମାନ୍ୟ ସଂଶୋଧନ କରିଛନ୍ତି । ନୂଆ ନିୟମ ଅନୁସାରେ ଏଣିଛି ୭୨ ଘଣ୍ଟା ପୂର୍ବର ଆରଟିପିସିଆର ଟେଷ୍ଟ ଯାତ୍ରୀଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କର ଟେଷ୍ଟ ହେବ । ୭୨ ଘଣ୍ଟାର ନେଗେଟିଭ ରିପୋର୍ଟ ଥିବା ଯାତ୍ରୀଙ୍କୁ ଛାଡ଼ି ଅନ୍ୟମାନଙ୍କ ଏୟାରପୋର୍ଟରେ ଟେଷ୍ଟ କରାଯିବ । ଯଦି କୌଣସି ଯାତ୍ରୀଙ୍କଠାରେ କରୋନା ଲକ୍ଷଣ ଦେଖାଦିଏ, ତାହାହେଲେ ସେମାନଙ୍କୁ ସଂଘରୋଧରେ ରଖାଯିବା ସହିତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ବିଏମସି କହିଛି । 


ଗୁରୁବାର ଜାରି ହୋଇଥିବା ଗାଇଡ୍ଲାଇନ୍ରେ ବିଏମ୍ସି ଦର୍ଶାଯାଇଥିଲା, ବିମାନରେ ଆସୁଥିବା ସବୁ ଯାତ୍ରୀଙ୍କର କରୋନା ଟେଷ୍ଟ ହେବ । ଏଥିସହ ଯାତ୍ରୀମାନେ ଡବଲ୍ ଡୋଜ୍ ଟିକା ନେଇଥିଲେ ବା ନେଗେଟିଭ୍ ରିପୋର୍ଟ ଥିଲେ ମଧ୍ୟ ସେମାନଙ୍କର ଆର୍ଟି-ପିସିଆର ଟେଷ୍ଟ କରାଯିବ । ରିପୋର୍ଟ ଆସିବା ପର୍ଯ୍ୟନ୍ତ ଯାତ୍ରୀମାନେ ହୋମ୍ ଆଇସୋଲେସନ୍ରେ ରହିବେ । ଯଦି ରିପୋର୍ଟ ପଜିଟିଭ୍ ଆସେ, ତା’ହେଲେ ପ୍ରୋଟୋକଲ୍ ଅନୁଯାୟୀ ପରବର୍ତ୍ତୀ ବ୍ୟବସ୍ଥା କରାଯିବ ବୋଲି ବିଏମ୍ସି ଜାରି କରିଥିବା ଗାଇଡ୍ଲାଇନ୍ରେ ଦର୍ଶା ଯାଇଛି ।

 

ଏବେ ବିଏମ୍ସି ଅଞ୍ଚଳରେ ୧୨୪୮୫୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ଭିତରୁ ୧୨୨୩୮୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ୧୧୦୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ୧୩୪୩ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି ।


 

Related News
satta king tw