Top Stories

Search here...

News

ରାଜ୍ୟରେ ୨୪ ଘଂଟାରେ ଚିହ୍ନଟ ହେଲେ ୭ ହଜାର ୭୧ ନୂଆ ଆକ୍ରାନ୍ତ

Posted On - 7 minutes ago
Edited By Team BbsrReporters
LAST UPDATED Jan 11, 2022 02:40 PM

ଦିନକରେ ପ୍ରାୟ ୪୬ ପ୍ରତିଶତ ବଢିଛି ଆକ୍ରାନ୍ତଙ୍କ ସଂଖ୍ୟା ।

 

BBSR Reporters

 

ଭୁବନେଶ୍ୱର:  ୨୪ ଘଂଟାରେ ଚିହ୍ନଟ ହେଲେ ୭ ହଜାର ୭୧ ନୂଆ ଆକ୍ରାନ୍ତ । ଦିନକରେ ପ୍ରାୟ ୪୬ ପ୍ରତିଶତ ବଢିଛି ଆକ୍ରାନ୍ତଙ୍କ ସଂଖ୍ୟା । ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ୨ ହଜାର ଟପିଛି । ୨ ହଜାର ୨୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରେ ୧୧୪୭ ଜଣ ପଜିଟିଭ୍ ହୋଇଛନ୍ତି । ସେହିପରି ସମ୍ବଲପୁରରେ ୬୦୯ ଓ କଟକରୁ ୫୦୫ ନୂଆ ମାମଲା ଆସିଛି ।

 

ମୟୂଭଂଜରୁ ୨୦୧, ବାଲେଶ୍ୱରରୁ ୧୯୮, ବଲାଙ୍ଗିରରୁ ୧୯୦, ପୁରୀରୁ ୧୫୬, ଝାରସୁଗୁଡ଼ାରୁ ୧୪୩ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଗତକାଲି ତୁଳନାରେ ୨ ହଜାର ୨୪୨ ନୂଆ ମାମଲା ଆସିଛି । କେବଳ ଜାନୁଆରୀ ମାସରେ ଏହି ୧୧ ଦିନ ମଧ୍ୟରେ ରାଜ୍ୟରେ ୨୭ ହଜାର ୯୩୬ ଜଣ କରୋନାରେ ସଂକ୍ରମିତ ହୋଇ ସାରିଲେଣି । ନୂଆ ପଜିଟିଭ୍ ଚିହ୍ନଟ ପରେ ଖୋର୍ଦ୍ଧା, ସୁନ୍ଦରଗଡ଼ ସହ ସମ୍ବଲପୁର ଜିଲ୍ଲା ମଧ୍ୟ ରେଡ୍ ଜୋନକୁ ଆସିଛି ।

Related News
satta king tw