Top Stories

Search here...

News

ଆରମ୍ଭ ହେଲା କରୋନାର ପ୍ରିକସନାରୀ ଡୋଜ ବା ବୁଷ୍ଟର ଡୋଜ

Posted On - 15 minutes ago
Edited By Team BbsrReporters
LAST UPDATED Jan 10, 2022 05:22 PM

ସ୍ୱାସ୍ଥ୍ୟ କର୍ମୀ, ଆଗ ଧାଡିର କରୋନା ଯୋଦ୍ଧା ଏବଂ ବିଭିନ୍ନ ରୋଗରେ ପୀଡିତ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ତୃତୀୟ ଡୋଜ ନେଉଛନ୍ତି ।

 

BBSR Reporters

 

ଭୁବନେଶ୍ୱର: ଆରମ୍ଭ ହେଲା କରୋନାର ପ୍ରିକସନାରୀ ଡୋଜ ବା ବୁଷ୍ଟର ଡୋଜ । ସ୍ୱାସ୍ଥ୍ୟ କର୍ମୀ, ଆଗ ଧାଡିର କରୋନା ଯୋଦ୍ଧା ଏବଂ ବିଭିନ୍ନ ରୋଗରେ ପୀଡିତ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ତୃତୀୟ ଡୋଜ ନେଉଛନ୍ତି । ଏଥିପାଇଁ ନୂଆ ପଂଜିକରଣ କରିବାକୁ ପଡିବ ନାହିଁ । କେବଳ ଆପଏଂଟମେଂଟ ନେଇ ପ୍ରିକସନ ଡୋଜ ନେଇ ହେବ । ତେବେ ଦ୍ୱିତୀୟ ଡୋଜ ଟିକା ନେବାର ୩୯ ସପ୍ତାହ ବିତିଥିବା ଆବଶ୍ୟକ । ବିଭିନ୍ନ ରୋଗରେ ପୀଡିତ ବରିଷ୍ଠ ନାଗରିକମାନେ ଡାକ୍ତରୀ ପରାମର୍ଶ ଅନୁସାରେ ଟିକା ନେବେ । ପୂର୍ବରୁ ଯିଏ ଯେଉଁ ଟିକା ନେଇଥିବେ ଏବେ ପ୍ରିକସନାରୀ ଡୋଜ ଭାବେ ସେହି ଟିକା ନେବେ ।

 

ଅର୍ଥାତ୍ ଯିଏ କୋଭାକ୍ସିନର ଦୁଇ ଡୋଜ ଟିକା ନେଇଥିବେ ସେମାନେ ବୁଷ୍ଟର ଡୋଜ ଭାବେ ସେହି କୋଭାକ୍ସିନ ଦିଆଯିବ । ସେହିପରି କୋଭିଶିଲ୍ଡ ନେଇଥିବା ବ୍ୟକ୍ତି ତୃତୀୟ ଡୋଜ ଭାବେ ସେହି କୋଭିଶିଲ୍ଡ ଟିକା ନେବେ । ଶନିବାର ସଂଧ୍ୟାରୁ ଅନ୍ ଲାଇନ ଆପଏଂଟମେଂଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯେଉଁମାନେ ଅନ୍ ଲାଇନ୍ ଆପଏଂଟମେଂଟ ନେଇନଥିବେ ସେମାନେ ଅନ୍ ସାଇଟ୍ ବା ଟିକାକରଣ କେନ୍ଦ୍ରରେ ଆପଏଂଟମେଂଟ ନେଇ ତୃତୀୟ ଡୋଜ ନେଇପାରିବେ ।

Related News
satta king tw