Top Stories

Search here...

News

ଦେଶରେ କରୋନା ସଂକ୍ରମଣ ଉପମୁହାଁ; ପଜିଟିଭିଟି ରେଟ୍ ୧୦ % ରୁ ଅଧିକ

Posted On - 6 minutes ago
Edited By Prabir Kumar
LAST UPDATED Jan 09, 2022 07:49 PM

ଗତ ୨୪ ଘଂଟା ମଧ୍ୟରେ ଦେଶରେ ସଂକ୍ରମଣ ୧ ଲକ୍ଷ ୫୯ ହଜାର ୬୩୨ ଚିହ୍ନଟ ହୋଇଛି ।

 

BBSR Reporters

 

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଉପମୁହାଁ ହୋଇଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ସଂକ୍ରମଣ ୧ ଲକ୍ଷ ୫୯ ହଜାର ୬୩୨ ଚିହ୍ନଟ ହୋଇଛି । ପଜିଟିଭିଟି ରେଟ୍ ୧୦ ପ୍ରତିଶତ ପାର କରିଛି । ପଜିଟିଭ ହାର ରହିଛି ୧୦.୨୧ ପ୍ରତିଶତ ।  ଗତକାଲି ତୁଳନାରେ ଆଜି ଦେଶରେ  ୧୨.୪୨% କୋଭିଡ ମାମଲା ବଢିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପାଖପାଖି ୬ ଲକ୍ଷ ରହିଛି ।

 

ମହାରାଷ୍ଟ୍ର, ଦିଲ୍ଲୀ, କେରଳ ଓ ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି । ବିଶେଷକରି ମହାନଗର ଗୁଡିକରେ  ସଂକ୍ରମଣ ହାର  ଅଧିକ ଅଛି । ୨୪ ଘଂଟାରେ ୩୨୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩ ହଜାର ୬୨୩ । ମହାରାଷ୍ଟ୍ର ଓମିକ୍ରାନ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର କରିଛି । ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଜାନୁଆରୀ ତୃତୀୟ ଓ ଚତୁର୍ଥ ସପ୍ତାହରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ହୋଇପାରେ  ଓ ମାର୍ଚ ପ୍ରଥମ ସପ୍ତାହରୁ ଏହା ଧିରେ ଧିରେ କମିପାରେ ।

Related News
satta king tw