Top Stories

Search here...

News

‘ରାଜ୍ୟରେ ଆବଶ୍ୟକ ନାହିଁ ଶର୍ଟଡାଉନ୍‌ ଓ ଲକ୍‌ଡାଉନ୍‌’

Posted On - 12 minutes ago
Edited By Team BbsrReporters
LAST UPDATED Jan 08, 2022 06:39 PM

ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର ଆଜି ଏପରି କହିଛନ୍ତି।

 

 

BBSR Reporters

 

ଭୁବନେଶ୍ୱର: ଏବେ ରାଜ୍ୟରେ ଆବଶ୍ୟକ ନାହିଁ ଲକ୍‌ଡାଉନ୍‌ ଓ ଶର୍ଟଡାଉନ୍‌। ଯଦିଓ ଏବେ ସଂକ୍ରମଣ ବଢୁଛି। ତେବେ ଗୁରୁତର କରୁନି। ଅଧିକ ହସ୍ପିଟାଲ୍‌ ବେଡ଼ ଦରକାର କରୁନି। ତେଣୁ ଲାକଡାଉନ କି ଶର୍ଟଡାଉନ୍‌ କରିବାର ଅନାବଶ୍ୟକ। ଡେଲ୍‌ଟା ଓ ଓମିକ୍ରାନ୍‌ ଭାରିଆଣ୍ଟକୁ ଭୟର ବାତାବରଣ ଖେଳି ଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର ଆଜି ଏପରି କହିଛନ୍ତି।

 

ସେ କହିଛନ୍ତି, ରାଜ୍ୟରେ ଜାନୁଆରୀ ୨୫ ସୁଦ୍ଧା ପିକ୍‌ ଛୁଇଁବା ଅନୁମାନ କରାଯାଉଛି। କେସ୍‌ ଲୋଡ୍‌ ଓ ହସ୍ପିଟାଲିଟି ଉପରେ କମ୍‌ ପ୍ରଭାବ ପଡୁଛି। ଗୁରୁତର ସଂଖ୍ୟା ବହୁତ କମ୍‌ ରହୁଛି। ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଆମେ ଯଦି ସତର୍କ ରହିବା ଫେବୃଆରୀ ଶେଷ ସୁଦ୍ଧା ଏହି ଲହରକୁ ପାର କରିଯିବା।”

 

ଗତ କିଛି ଦିନ ହେଲା ରାଜ୍ୟରେ ଦ୍ରୁତଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସଂକ୍ରମଣ ବଢ଼ିଛି। କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଭୁବନେଶ୍ୱରରେ ୧୧ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ଶୁକ୍ରବାର ରାତିରେ ବିଏମ୍‌ସି ଜାରି କରିଥିବା ନୋଟିଫିକେସନ ଅନୁସାରେ ନର୍ଥ ଜୋନର ୪ଟି ଓ ଦକ୍ଷିଣ-ପୂର୍ବ ଜୋନ୍‌ରେ ୧୧ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ସେଥିରେ ବୁଦ୍ଧ ପାର୍କ ନିକଟସ୍ଥ ଏକ ପ୍ଲଟ, ନିଳାଦ୍ରୀବିହାର, ସତ୍ୟବିହାର, ବମିଖାଲ, ସହିଦ ନଗର, ଖାରବେଳ ନଗର ଭଳି ଅଞ୍ଚଳର କିଛି ପ୍ଲଟ୍‌ ରହିଛି।

Related News
satta king tw