Top Stories

Search here...

News

ଭୁବନେଶ୍ୱରରେ ଆଉ ୧୧ ସ୍ଥାନକୁ ମାଇକ୍ରୋ କଂଟେନମେଣ୍ଟ ଜୋନ ଘୋଷଣା କଲା ବିଏମସି

Posted On - 7 minutes ago
Edited By Prabir Kumar
LAST UPDATED Jan 09, 2022 08:58 PM

ଏପଟେ ଭୂବନେଶ୍ୱର ସହରାଞ୍ଚଳରେ ସଂକ୍ରମଣ ବଢ଼ୁଥିବାରୁ ଏହାର ମୁକାବିଲା ପାଇଁ କୋଭିଡ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟାକୁ ବୃଦ୍ଧି କରାଯାଇଛି ।  

 

BBSR Reporters

 

ଭୁବନେଶ୍ୱର: ରାଜ୍ୟରେ କରୋନା ମିଟର ଉପରମୁହାଁ ରହିଛି  । ଦିନକରେ ରାଜ୍ୟରେ ୪୭୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତ  । ତେବେ ସବୁଠାରୁ ବଡ କଥା ହେଉଛି ରାଜ୍ୟରେ ଯେତିକି କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେଥିରୁ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି ପ୍ରାୟ ୩୦ ପ୍ରତିଶତ  । ଖୋର୍ଦ୍ଧାରୁ ଆଜି ସର୍ବାଧିକ ୧୬୧୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ଖୋର୍ଦ୍ଧା ଜିଲ୍ଳାରେ ସଂକ୍ରମଣ ବଢ଼ୁଥିବାବେଳେ ସତର୍କ ହୋଇଛି ବିଏମସି  । ସଂକମଣ ବଢୁଥିବାରୁ ଆଜି ବିଏମସି ଆଉ ୧୧ ଟି ସ୍ଥାନକୁ ମାଇକ୍ରୋ କଂଟେନମେଂଟ ଜୋନ ଘୋଷଣା କରିଛି ।  


ଦଷିଣ-ପଶ୍ଚିମ ଜୋନରେ କଳିଙ୍ଗ ନଗରରେ ଥିବା ଟ୍ରାଇଡେଣ୍ଟ ଗାଲାକ୍ସିରେ ୪୧୦ ନମ୍ବର ଫ୍ଲାଟକୁ ମାଇକ୍ରୋ କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ସେହିପରି ନୟାପଲ୍ଲୀ ଭିଆଇପି କଲୋନୀରେ ପ୍ଲଟ ନମ୍ବର ୧୨୫,  ସିଆରପି ଟେନିଂ ସେଂଟରରେ ସିଆରଫିଏମ୍ କ୍ୟାମ୍ପସ, ବରମୁଣ୍ଡା ବିଡିଏ  ଡୁପ୍ଲେକ୍ସରୁ  ୨୫୮ ନମ୍ବର ପ୍ଲଟ, ପୋଖରୀପୁଟ ଏମଆଇଜି ୧୧ର ପ୍ଲଟ ନମ୍ବର ୪୯ ଏବଂ ଜଗମୋହନ ନଗର ଲେନ-ଏଲ୬ର ପ୍ଲଟ ନମ୍ବର ୧୭୩୪/୩୪୮୫କୁ ମାଇକ୍ରୋ କଂଟେନମେଂଟ ଜୋନ ଘୋଷଣା କରାଯାଇଛି ।


ସେହିପରି ଭୁବନେଶ୍ୱର ଉତ୍ତର ଜୋନରେ ନିଳାଦ୍ରୀ ବିହାର ଅଂଚଳର ପ୍ଲଟ ନମ୍ବର ୧୯୯, ୬୬୬, ଶୈଳଶ୍ରୀ ବିହାରର ପ୍ଟଟ ନମ୍ବର ୧୨୭, ଗଜପତି ନଗରର ପ୍ଲଟ ନମ୍ବର ୧୦/୫୨, ପଟିଆ ନନ୍ଦନ ବିହାର ଅଂଚଳର ନାଗେଶ୍ୱର ରେସିଡେନ୍ସିର ପ୍ଲଟ ନମ୍ବର ଏ-୨୦୫ ଏବଂ ପ୍ରଶାନ୍ତି ବିହାରର ପ୍ଲଟ ନମ୍ବର ଏଲପି ୩୧ କୁ ମାଇକ୍ରୋ କଂଟେନମେଂଟ ଜୋନ ଘୋଷଣା କରାଯାଇଛି । 


ଏପଟେ ଭୂବନେଶ୍ୱର ସହରାଞ୍ଚଳରେ ସଂକ୍ରମଣ ବଢ଼ୁଥିବାରୁ ଏହାର ମୁକାବିଲା ପାଇଁ କୋଭିଡ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟାକୁ ବୃଦ୍ଧି କରାଯାଇଛି ।  ପୂର୍ବରୁ ସମ୍ ହସ୍ପିଟାଲ ଓ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲକୁ ଅନୁମତି ମିଳିଥିବାବେଳେ ଏବେ ହାଇଟେକ୍ ଓ କିମ୍ସ ହସ୍ପିଟାଲ ସହ ବିଏମ୍ସି କରିଛି ଚୁକ୍ତିନାମା  । କିମ୍ସ କୋଭିଡ ହସ୍ପିଟାଲରେ ୫ ଶହ ଓ ହାଇଟେକ କୋଭିଡ୍ ହସ୍ପିଟାଲରେ ୨୩୯ ଶଯ୍ୟା ସହିତ ଭୁବନେଶ୍ୱରର କୋଭିଡ୍ ହସ୍ପିଟାଲ ବେଡ୍ ସଂଖ୍ୟା ୧୬୯୯କୁ ବୃଦ୍ଧି ପାଇଛି  । ପୂର୍ବରୁ ସମ୍ କୋଭିଡ୍ ହସ୍ପିଟାଲରେ ୮୧୦ ଓ ଆଦିତ୍ୟ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ୧୫୦ଟି ଶଯ୍ୟା ଉପଲବ୍ଧ ହେଉଥିଲା  ।

 

ଏଥିସହ ବିଏମସି ପକ୍ଷରୁ ପଟିଆ ଓ ଡୁମଡୁମାରେ ଶହେ ଶଯ୍ୟା ବିଶିଷ୍ଟ ଦୁଇଟି କୋଭିଡ୍ କେୟାର ସେଣ୍ଟର ଖୋଲା ଯାଇଛି  । ଆଗକୁ ଆବଶ୍ୟକ ସ୍ଥଳେ କୋଭିଡ୍ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି  ।

Related News
satta king tw